Only for Entertainment

ଆସାମର ମୁସଲିମ କଳାକାର ନସିରୁଦ୍ଦିନ ଅହମଦଙ୍କ ଦ୍ୱାରା ନିର୍ମାଣ ହେଲା ବିଶ୍ୱର ସବୁଠାରୁ ଉଚ୍ଚ ଦୂର୍ଗାଙ୍କ ପ୍ରତିମୂର୍ତ୍ତି ।

indianexpress
49

କଳାକାରର କୌଣସି ଜାତି ନଥାଏ । ନଥାଏ କିଛି ନିଚ୍ଚ ଭାବନା । କେବଳ ନିଜ ହୃଦୟର ପ୍ରେମଭରା ସ୍ପୃହାରେ ସେ ଆଙ୍କିବସେ ପ୍ରତିଛବି । ଯାହାକୁ ପ୍ରମାଣ କରିଛନ୍ତି ଆସାମର ଜଣେ ମୁସଲିମ କଳାକାର ନସିରୁଦ୍ଦିନ ଅହମଦ । ଦୂର୍ଗାଙ୍କର ୯୮ ଫୁଟର ଏକ ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରି ୨୦୧୯ ଲିମକା ବୁକରେ ରେକର୍ଡ଼ କରିଛନ୍ତି ।

ଶିଳ୍ପୀ ଦିବସରେ ଆସାମର ୬୧ ବର୍ଷୀୟ ନସିରୁଦ୍ଦିନ ଅହମଦ ଆନୁଷ୍ଠାନିକ ଭାବରେ ବିଶ୍ୱର ସର୍ବୋଚ୍ଚ ହିନ୍ଦୁ ପ୍ରତିମୂର୍ତ୍ତି ମା ଦୂର୍ଗାଙ୍କୁ ନିର୍ମାଣ କରି ଲିମକା ବହିରେ ରେକର୍ଡ଼ କରିଛନ୍ତି ।

ଅହମଦ ଗୁଆହାଟୀର କହିଲାପରା ଅଂଚଳର ଅଧିବାସୀ । ତାଙ୍କ ଭାଷାରେ (ଶିଳ୍ପୀର କୁନୁ ଧର୍ମା ନାଇ) । ଅର୍ଥାତ ଜଣେ ଶିଳ୍ପୀର କୌଣସି ଧର୍ମ ନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More