Only for Entertainment

୩୦ ବର୍ଷ ଧରି ମୂର୍ଚ୍ଛା ରୋଗ ପାଇଁ ଔଷଧ ଖାଇ ଆସୁଥିଲେ ବ୍ୟକ୍ତି, ପରେ ଜାଣିବା ପରେ ପାଦ ତଳୁ ମାଟି ଖସିଗଲା

punjabkesari
172

ଅଧିକାଂଶ ସମୟରେ କିଛି ଲୋକ ରୋଗକୁ ଅନୁମାନ କରି ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବାକୁ ଲାଗନ୍ତି । ଯାହା ବିରାଟ କ୍ଷତି ପହଂଚାଇପାରେ । ଏହିଭଳି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଚୀନରେ ସାମ୍ନାକୁ ଆସିଛି । ଯେଉଁଠାରେ ଏକ ବ୍ୟକ୍ତି ୩୦ ବର୍ଷ ଧରି ଅପସ୍ମାର ରୋଗ ବା ମୂର୍ଚ୍ଛା ରୋଗ ପାଇଁ ଔଷଧ ଖାଇ ଆସୁଥିଲେ, କିନ୍ତୁ ବାସ୍ତବ କାରଣ ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଗଲା ।

ଦିନକର କଥା । ଚୀନର ଗୁଅାଁଗନ୍ଦୋଗ ପ୍ରାନ୍ତ ପାହାଡ଼ିଆ ଅଂଚଳରେ ରହୁଥିବା ୫୯ ବର୍ଷୀୟ ଝାଂଙ୍ଗଙ୍କୁ ସର୍ବ ପ୍ରଥମେ ୧୯୮୯ରେ ମୁଣ୍ଡ ବିନ୍ଧିବା ଏବଂ ଘୁରାଇବା ଭଳି ସମସ୍ୟା ଦେଖା ଦେଇଥିଲା । ସେହି ସମୟରେ ସେ ତାଙ୍କ ବନ୍ଧୁ ମାନଙ୍କ ସହିତ ଖେଳ ଖେଳୁଥିଲେ, ଏହି ସମୟରେ ତାଙ୍କ ପାଦ ଏବଂ କାନ୍ଧ ଆଦିରେ ସମସ୍ୟା ଦେଖାଦେଲା । ମୁହଁରୁ ଲାଳ ବାହାରିବାକୁ ଲାଗିଲା ଏବଂ ସେ ବେହୋଶ ହୋଇଗଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଯେଉଁଠାରେ ଡାକ୍ତର ତାଙ୍କୁ ବାତ ହୋଇଛି ବୋଲି କହିଲେ । ଏହାପର ଠାରୁ ସେ ଲଗାତାର ଅପସ୍ମାର ରୋଗ ପାଇଁ ଓଷଧ ଖାଇବାକୁ ଲାଗିଲେ । କିନ୍ତୁ କଷ୍ଟ କମ ହେଲା ନାହିଁ । ୨୦୧୫ରେ ସମସ୍ୟା ଅଧିକ ବଢିଗଲା ଏବଂ ଅଧିକ ସେତେବେଳେ ହେଲା ଯେତେବେଳେ ଗାଁରେ ନିଆଁ ଲାଗିଗଲା । ଏହାପରେ ସବୁ ମାସରେ ଏଭଳି ସମସ୍ୟା ଦେଖାଦେଲା । ଯାହାପରେ ବ୍ୟକ୍ତି ଜଣକ ହସ୍କିଟାଲ ଗଲେ ଏବଂ ଦାବି କରିବାକୁ ଲାଗିଲେଯେ ତାଙ୍କୁ ଅପସ୍ମାର ରୋଗ ହୋଇଛି । ଏହାପରେ ଏମଆରଆଇ କରାଗଲା । ତାହାପରେ ସାମ୍ନାକୁ ଆସିଲା ପ୍ରକୃତ କାରଣ ।

ବାସ୍ତବରେ ଝାଂଙ୍ଗଙ୍କ ମୁଣ୍ଡରେ ୩୦ ବର୍ଷ ଧରି ୧୦ ସେ.ମିର ଏକ ଜିଆ ଥିଲା । ଏହାକୁ ସର୍ଜରୀ ପରେ ବାହାର କରାଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More