Only for Entertainment

‘ଦେ ଦେ ପ୍ୟାର ଦେ’ଫିଲ୍ମରେ ଆଲୋକ ନାଥଙ୍କ ଉପସ୍ଥିତିକୁ ନେଇ ନିରାଶ ହେଲେ ଲେଖିକା ବିନ୍ତା ନନ୍ଦା !

india today
26

ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ଦେ ଦେ ପ୍ୟାର ଦେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏଥିରେ କିଛି ସ୍ଥାନରେ ଅଭିନେତା ଆଲୋକ ନାଥଙ୍କ ଝଲକ ଦେଖିବାକୁ ମିଳିଛି , ଯାହାଙ୍କ ଉପରେ କିଛି ଦିନ ପୂର୍ବେ ମିଟୁ ମୁଭମେଂଟ ପରେ ଦୁଷ୍କର୍ମ ଆରୋପ ଲାଗିଥିଲା । ସବୁଠାରୁ ଆଗରେ ଲେଖିକା ପ୍ରଯୋଜିକା ବିନ୍ତା ନନ୍ଦା ଅରୋପ ଲଗାଇଛନ୍ତି ।

ଫିଲ୍ମ ଟ୍ରେଲର ଲଂଚ ସମୟରେ ଅଜୟ ପରିଷ୍କାର କହିଥିଲେ ଆଲୋକ ନାଥଙ୍କ ଉପରେ ମିଠୁ ଆରୋପ ପୂର୍ବରୁ ସୁଟିଂ କରିଥିଲେ । ଏହାପରେ ବିନ୍ତା ନନ୍ଦା ଫିଲ୍ମରେ ଆଲୋକ ନାଥଙ୍କ ଭୂମିକା ରଖିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ରିପୋର୍ଟ ମୁତାବକ ସେ କହିଛନ୍ତି ଅଜୟ ଦେବଗନଙ୍କୁ ପାଖରୁ ସେ କୌଣସି ଆଶା ରଖିବାକୁ ଚାହୁନାହାନ୍ତି ଏବଂ ସେ ଅଜୟଙ୍କ ପୋଜିସନରେ ନାହାନ୍ତି ଯେ କୌଣସି ପଦକ୍ଷେପ ନେଇ ପାରିବେ । ଏହାସହ ନନ୍ଦା କହିଛନ୍ତି ଯେ ଅଜୟ ପୂର୍ବ ବର୍ଷ ମୁଭମେଂଟର ସପୋର୍ଟ କରିଥିଲେ କିନ୍ତୁ ଏଭଳି ଲାଗୁଛି କି ଅଜୟ ଫିଲ୍ମରେ ଆଲୋକନାଥଙ୍କୁ ନେଇ କିଛି ଅସୁବିଧା ଭୋଗୁ ନାହାନ୍ତି ।

ଏହାସହ ବିନ୍ତା କହିଛନ୍ତି କୌଣସି ଧର୍ମ ନାହିଁ କେବଳ ଦର୍ଶକ ଫିଲ୍ମକୁ ରିଜେକ୍ଟ କରିପାରନ୍ତି ଯଦି ସେମାନେ ଏଭଳି କରୁନାହାନ୍ତି ତେବେ ଏଥିରେ ଅନୁମାନ ହେଉଛି ସମାଜ କେତେ ନୃଶଂସ ।

ଏଠାରେ ଆମେ କହି ରଖୁଛୁ ଯେ ବିନ୍ତା ଅଭିନେତା ଆଲୋକନାଥଙ୍କୁ ଉପରେ ଦୁଷ୍କର୍ମ ଆରୋପ ଲଗାଇଥିଲେ । ଏହାପରେ ଅନ୍ୟ ଲୋକମ।।ନେ ମଧ୍ୟ ତାଙ୍କ ଉପରେ ଯୌନ ନିର୍ଯ୍ୟାତନା ଆରୋପ ଲଗାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More