Only for Entertainment

ଆଉ ନାହାଁନ୍ତି ‘ଏ ଭାଇ ଜରା ଦେଖ କେ ଚଲୋ’ର ଲେଖକ ।

amarujala
0 45

ଜଣାଶୁଣା କବି ଏବଂ ଲେଖକ ଗୋପାଲ ଦାସ ନିରଜ ଲମ୍ବା ସମୟ ଧରି ଅସୁସ୍ଥ ଥିଲେ । ବୁଧବାର ରାତିରେ ତାଙ୍କୁ ଦିଲ୍ଲୀର ଏମ୍ସ ଅସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସମସ୍ତଙ୍କୁ ସେ ପର କରି ଆର ପାରିକୁ ଚାଲିଗଲେ । କବି ନିରଜ ୯୩ ବର୍ଷର ହୋଇଥିଲେ ଏବଂ ସେ ଏକ ସଂକ୍ରମଣ ରୋଗରେ ଚାଲିଗଲେ । ଏହି ସମୟରେ ଯଦି ଆଲୋଚନା କରିବା ତାଙ୍କ ବଲିଉଡ କ୍ୟାରିଅର ବିଷୟରେ ତେବେ ସେ ୭୦ ଦଶକର ଜଣେ ସୁପରହିଟ ଲେଖକ ଥିଲେ । କେବଳ ଜଣେ ଲେଖକ ନୁହଁନ୍ତି ବରଂ ମଧ୍ୟ ଜଣେ କବି ଥିଲେ । ଆସନ୍ତୁ ଜାଣିବା ତାଙ୍କର ଗୀତ ବିଷୟରେ ।

୧୯୭୦ରେ ‘ମେରା ନାମ ଜୋକର’ରେ ଏ ଭାଇ ଜରା ଦେଖ କେ ଚଲୋ ଥିଲା ତାଙ୍କର ସବୁଠାରୁ ସୁପରହିଟ ଗୀତ । ଏହାପରେ ‘ଚନ୍ଦା ଔର ବିଜଲୀ’ର କଲା କା ପହିୟା,ଗ୍ୟାମ୍ବଲରର ମେରା ମନ ତେରା ପ୍ୟାସା,ଦିଲ ଆଜ ଶାୟର ହୈ,ଛୁପା ରୁସ୍ତମର ଜଲୁ ମେଁ ଜଲେ ମେରା ଦିଲ,ପ୍ରେମ ପୂଜାରୀର ଶୋଖିୟୋଁ ମେଁ ଘୋଲା ଜାୟେ ଫୁଲୋଁ କା ସବାବ,ପେହେଚାନର ପୈସେ କି ପେହଚାନ ୟହାଁ,ୟାର ମେରାର ହରି ଓମ ହରି ଓମ ଆଦି ଗୀତ ଥିଲା ତାଙ୍କର ସବୁଠାରୁ ଲୋକପ୍ରିୟ ଗୀତ ।

ନିଜର ଅଭୁଲା କଳା ପାଇଁ ସେ ସବୁଦିନ ପାଇଁ ସମସ୍ତଙ୍କ ହୃଦୟରେ ଜୀବିତ ରହିଥିବେ । କୁହାଯାଏ ଦିନ ସରିଯାଏ ସ୍ମୃତି ରହିଯାଏ ଠିକ ସେହିଭଳି ଲେଖକ ଗୋପାଲ ଦାସ ନିରଜ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More