Only for Entertainment

ଟି-ସିରିଜ କମ୍ପାନୀର ମାଲିକ ଭୂଷଣ କୁମାରଙ୍କ ନାମରେ ଆସିଲା ଯୌନ ଶୋଷଣର ଅଭିଯୋଗ !

zee news
30

କିଛି ଦିନ ହେବ ବଲିଉଡରେ ଏବେ ମିଠୁ କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଧାରାରେ ଏବେ ଜଣେ ବଡ ବ୍ୟକ୍ତିଙ୍କ ନାମ ସାମିଲ ହୋଇଛି । ଆପଣ ଭାବୁଥିବେ ଏହି ବ୍ୟକ୍ତି ଜଣଙ୍କ କିଏ ? ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଟି-ସିରିଜର ମାଲିକ ଭୂଷଣ କୁମାର । କିନ୍ତୁ ଏହି ଅଭିଯୋଗକୁ ଫିଲ୍ମମେକର ଭୂଷଣ କୁମାର ଖଣ୍ଡନ କରିଥିଲେ । ଏବେ ତାଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ ଆସିଛି ।

ମୁମ୍ବାଇର ଓଶିବାରା ପୋଲିସ ଷ୍ଟେସନରେ ଭୂଷଣ କୁମାରଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ ଦାଖଲ କରାଯାଇଛି । ଭୂଷଣ କୁମାରଙ୍କ କମ୍ପାନୀରେ କାମ କରୁଥିବା ଜଣେ ମହିଳା ଏହି ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଦାଖଲ ହେବା ପରେ ପୋଲିସ ଜାଂଚ ଆରମ୍ଭ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଭୂଷଣ କୁମାରଙ୍କ ନାମରେ ମାମଲା ରୁଜୁ ହୋଇନାହିଁ ।

bhushan-0-1

କହିରଖୁଛୁ ଯେ, ଟି-ସିରିଜର ମୁଖ୍ୟ ଭୂଫଣ କୁମାରଙ୍କ ନାମରେ ପୂର୍ବ ବର୍ଷ ଅକ୍ଟୋବରରେ ଜଣେ ମହିଳା ଟ୍ୱିଟ କରି ଯୌନ ଶୋଷଣର ଆରୋପ ଲଗାଇଥିଲେ । ସେ ଅଭିଯୋଗ କରିଥିଲେ ଟି-ସିରିଜର ୩ଟି ଗୀତ ଗାଇବା ପାଇଁ ତାଙ୍କ ସହିତ ଯୌନ ସମ୍ବନ୍ଧ ବନାଇବା ଲାଗି ତାଙ୍କୁ କହିଥିଲେ । ତେବେ ଦେଖିବାକୁ ବାକି ରହିଲା ପୂର୍ବରୁ ଅଭିଯୋଗ ଆଣିଥିବା ମହିଳା ଏବଂ ଏବେ ଅଭିଯୋଗ ଆଣିଥିବା ମହିଳା ଜଣେ ନା ଭିନ୍ନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More