Only for Entertainment

କିଙ୍ଗ ଖାନଙ୍କ ବିଷୟରେ କ’ଣ କହିଲେ ଡବ୍ଲୁଡବ୍ଲୁଇ ସୁପରଷ୍ଟାର ଜନ ସେନା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

whats the hyper
0 34

ଡବ୍ଲୁଡବ୍ଲୁଇ ରେସଲିଙ୍ଗର ସୁପରଷ୍ଟାର ଜନ ସେନା କୌଣସି ମ୍ୟାଚ ପାଇଁ ନୁହେଁ ବରଂ ଏକ ଅଲଗା କାରଣରୁ ଏବେ ଚର୍ଚ୍ଚାକୁ ଆସିଛନ୍ତି । କିଛି ଦିନ ପୂର୍ବରୁ ଜନ ସେନା କପିଲ ଦେବ ଓ ଅମିତାଭ ବଚ୍ଚନଙ୍କର ଫଟୋକୁ ଶେୟାର କରିଥିଲେ । ବର୍ତ୍ତମାନ ସେନା ଶାହାରୁଖଙ୍କର ଏକ ଫଟୋକୁ ଶେୟାର କରିଛନ୍ତି ।

ଶାହାରୁଖଙ୍କର ଫଟୋକୁ ଶେୟାର କରି ଜନ ଲେଖିଥିଲେ ‘ଆପଣଙ୍କୁ ଯେବେ ବି ସୁଯୋଗ ମିଳିବ ନିଜ ଉପରେ ହସନ୍ତୁ । ନିଜକୁ ଗମ୍ଭୀରତା ସହ ନେବାର ଆବଶ୍ୟକତା ନାହିଁ । ଯେବେ ଆପଣ ଏହି କଳା ଶିଖିଯିବେ ତେବେ କୌଣସି ଶକ୍ତି ଆପଣଙ୍କୁ ହରାଇପାରିବ ନାହିଁ ।’

ଏହା ପ୍ରଥମ ଥର ପାଇଁ ନୁହେଁ ଯେ ସେନା ଶାହାରୁଖଙ୍କ ଉପରେ ପ୍ରଭାବିତ ହୋଇଛନ୍ତି । ପୂର୍ବ ମାସରେ ସେନା ଶାହାରୁଖଙ୍କର ଟେଡ ଟକର ଏକ ଭିଡିଓ ଶେୟାର କରି ଲେଖିଥିଲେ ‘ଛୋଟ ଆର୍ଟିକିଲରେ ଭଲ କଥା କୁହାଯାଇଛି । ମୋତେ ଏହା ଦେଖି ଖୁବ ଭଲ ଲାଗିଲା ।’ ସେନାଙ୍କର ଏହି ପୋଷ୍ଟରେ ଶାହାରୁଖ ଉତ୍ତର ଦେଇକହିଥିଲେ ଯେ ‘ସମୟ ବାହାର କରି ମୋର ଭିଡିଓ ଦେଖିବା ପାଇଁ ଧନ୍ୟବାଦ । ଆଶା କରୁଛି ମୁଁ ମଧ୍ୟ ଆପଣଙ୍କୁ ଦେଖିବାର ସୁଯୋଗ ପାଏ । ଆପଣଙ୍କୁ ଖୁବ ସାରା ଭଲପାଇବା ଏବଂ ସୁସ୍ଥ ସ୍ୱାସ୍ଥ୍ୟ ମିଳୁ ।’ ଏହାପରେ ସେନା ଉତ୍ତର ଦେଇଥିଲେ ‘ସାର୍ ଜାବନ ପ୍ରତି ଆପଣଙ୍କର ଭାବନା ଖୁବ ସୁନ୍ଦର । ଏବଂ ଆଶା କରୁଛି ମୁଁ ଏହାକୁ ଅନୁସରଣ କରି କାମରେ ଲଗାଇପାରେ ।’

ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସେନା ଏକ ଫିଲ୍ମର ସୁଟିଂ କରିବାରେ ବ୍ୟସ୍ତ ଅଛନ୍ତି । ପଶଂସକଙ୍କୁ ଖୁସି ହେବ ଯଦି ସେନା କେବେ ଶାହାରୁଖଙ୍କ ସହିତ କାମ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More