ସିଙ୍ଗର, ରାଇଟର ଏବଂ କମ୍ପୋଜର ଗଜେନ୍ଦ୍ର ବର୍ମାଙ୍କ ଗୀତ ‘ତେରା ଘାଟା’ ଖୁବ ପପୁଲାର ହୋଇଥିଲା । ଏହା ଆଜି ମଧ୍ୟ ଲୋକଙ୍କୁ ଖୁବ ପସନ୍ଦ । ଏହି ଗୀତ ଚାରିଆଡେ ଖୁବ ଧମାଲ ମଚାଇଥିଲା । ଏହାପରେ ଗଜେନ୍ଦ୍ରଙ୍କ ନୂଆ ଗୀତ ରିଲିଜ ହୋଇଛି , ଯେଉଁକାରଣରୁ ସେ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ଏହି ଗୀତର ବୋଲ ରହିଛି ‘ୟାଦ କରକେ’ । ଏହା ଏକ ବ୍ରେକଅପ ସଙ୍ଗ ଅଟେ ।
ଗୀତଟି ୨୪ଘଂଟା ମଧ୍ୟରେ ୨୨,୨୨,୬୬୧ରୁ ଅଧିକ ଦେଖା ଯାଇସାରିଲାଣି । ଏହି ଗୀତକୁ ଅମନ ପ୍ରଜାପତ ନିର୍ଦ୍ଦେଶନା ଦେଇଛନ୍ତି । ଦେଖନ୍ତୁ –
Hey guys my new track #yaadkarke is out now !! https://t.co/qYAab8EUTc
Sunke batao kaisa laga!!— Gajendra Verma (@ivermagajendra) July 18, 2019
ଏହାବ୍ୟତୀତ ଫିଲ୍ମ ‘ଟେବଲ ୨୧’ପାଇଁ ‘ମେରା ମନ’ଲେଖିଥିବା ଗଜେନ୍ଦ୍ର ବର୍ମାଙ୍କ ପ୍ରଥମ ଆଲବମ ‘ଏମ୍ପ୍ଟିନେସ’ର ଗୀତ ‘ତୁନେ ମେରେ ଜାନା’ଖୁବ ହିଟ ହୋଇଥିଲା । ଏହି ଗୀତକୁ ମଧ୍ୟ ସମସ୍ତେ ଏବେ ବି ପସନ୍ଦ କରୁଛନ୍ତି । ୨୦୧୪ରେ ଗଜେନ୍ଦ୍ରଙ୍କ ଗୀତ ‘ସାଜନା ରେ’ ଖୁବ ପସନ୍ଦ କରିଥିଲେ ଦର୍ଶକ । ଆଶା କରାଯାଉଛି ଯେ ଏହି ଗୀତକୁ ମଧ୍ୟ ଖୁବ ଭଲ ପାଇବା ମିଳିବ ।