Only for Entertainment

ର‌୍ୟାମ୍ପ ୱକ ସମୟରେ ପଡ଼ୁପଡ଼ୁ ବଂଚିଗଲେ ୟାମୀ ଗୌତମ ।

aajtak
89

ୟାମୀ ଗୌତମ ଷ୍ଟାରର ଫିଲ୍ମ ଉରି ବକ୍ସ ଅଫିସରେ ଜବରଦସ୍ତ ଇନକମ କରୁଛି । ଫିଲ୍ମ ୧୫୦ କୋଟି ପାର କରି ସାରିଲାଣି । ତେଣୁ ୟାମୀ ଏବଂ ଭିକ୍କୀ ଉରିର ସଫଳତାକୁ ଖୁବ ଉପଭୋଗ କରୁଛନ୍ତି । ୨୦୧୯ ଲାକମୀ ଫ୍ୟାଶନ ୱିକରେ ଫ୍ୟାଶନ ଡିଜାଇନର ଗୌରୀ ଏବଂ ନୈନିକାଙ୍କ ପାଇଁ ଶୋ ଷ୍ଟପର ହେଲେ ୟାମୀ । ନ୍ୟୁଡ ରଙ୍ଗର ଗାଉନରେ ଖୁବ ସୁନ୍ଦର ଦେଖା ଯାଉଥିଲେ ଅଭିନେତ୍ରୀ । କିନ୍ତୁ ଷ୍ଟେଜରେ ପର୍ଫମ କରିବା ସମୟରେ ତାଙ୍କୁ ଏକ ଅଜବ ପରିସ୍ଥିତିର ସାମ୍ନା କରବିାକୁ ପଡ଼ିଲା ।

ବାସ୍ତବରେ ର‌୍ୟାମ୍ପ ସମୟରେ ୟାମୀ ସନ୍ତୁଳନ ହରାଇ ବସିଲେ ଏବଂ ପଡ଼ୁ ପଡ଼ୁ ବଂଚିଗଲେ । କାରଣ ହେଉଛି ତାଙ୍କ ଲମ୍ବା ଗାଉନ ଏବଂ ଜୋତା । କିନ୍ତୁ ଯେଉଁଭଳି ସେ ନିଜକୁ ସମ୍ଭାଳିଲେ ତାଙ୍କୁ ପ୍ରଶଂସା କରାଯାଇପାରେ । ସୋସିଆଲ ମିଡିଆରେ ତାଙ୍କୁ ଖୁବ ପ୍ରଶଂସା କରାଯାଉଛି । ଉପସ୍ଥିତ ଲୋକ ୟାମୀଙ୍କୁ ଚିୟର ଅପ କଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More