Only for Entertainment

ୟାମୀ ଗୌତମଙ୍କ ନୂଆ ଅବତାର, ଭାଇରାଲ ହେଲା ପୋଲ ଡ୍ୟାନ୍ସ ଭିଡିଓ

WallpaperSite
0 68

ଫେୟାର ଆଣ୍ଡ ଲଭଲି ଗାର୍ଲ ୟାମୀ ଗୌତମଙ୍କ ଫିଲ୍ମ କ୍ୟାରିୟର ଧୀରେ ଧୀରେ ଆଗକୁ ବଢୁଛି । ନିକଟରେ ୟାମୀ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ସେ ଖୁବ ଖୁସିଥିବା ନଜର ଆସିଛନ୍ତି ।

ୟାମୀ ଇନଷ୍ଟାଗ୍ରାମରେ ଏହି ଭିଡିଓରେ ଶେୟାର କରିଛନ୍ତି । ଏହି ଭିଡିଓରେ ସେ ପୋଲ ଡ୍ୟାନ୍ସ ପ୍ରକ୍ଟିସ କରୁଥିବା ନଜର ଆସିଛନ୍ତି । କିନ୍ତୁ ଏହା କ’ଣ ପାଇଁ ସେ ଏହି ଡ୍ୟାନ୍ସ କରୁଛନ୍ତି ତାହାର ଖୁଲାସା ସେ କରିନାହାନ୍ତି । ଏହି ଭିଡିଓ ସୋଲିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟାମୀଙ୍କ ପୂର୍ବରୁ ଜ୍ୟାକଲିନ ଫର୍ଣ୍ଣାଡିଜ ମଧ୍ୟ ପୋଲ ଡ୍ୟାନ୍ସ କରିଥିବାର ନଜର ଆସିଥିଲେ ।

ଗତବର୍ଷ ରିଲିଜ ହୋଇଥିବା ୟାମୀଙ୍କ ଫିଲ୍ମ ‘କାବିଲ’ ହିଟ ହୋଇଥିଲା । ଖୁବ ଶୀଘ୍ର ୟାମୀଙ୍କ ଆଗାମୀ ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ୟାମୀଙ୍କୁ ଏକ ଲୟର ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ ।
‘ବତ୍ତି ଗୁଲ ମିଟର ଚାଲୁ’ର ସୁଟିଂ ବର୍ତ୍ତମାନ ଜୋରସୋରରେ ଚାଲିଛି । ଏହି ଫିଲ୍ମଟି ୩୧ ଅଗଷ୍ଟରେ ରିଲିଜ ହେବ । ଫିଲ୍ମରେ ୟାମୀଙ୍କ ବ୍ୟତିତ ସାହିଦ ଏବଂ ଶ୍ରଦ୍ଧା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More