Only for Entertainment

ଯବାନଙ୍କ ଦ୍ୱାରା ସମ୍ମାନିତ ହେଲେ ୟାମୀ ।

india today
26

ବକ୍ସ ଅଫିସରେ ବିକ୍କି କୌଶଲ ଏବଂ ୟାମୀ ଗୌତମ ଷ୍ଟାରର ଫିଲ୍ମ ଉରି ୧୫୦ କୋଟି ଅତିକ୍ରମ କରିସାରିଛି । ଫିଲ୍ମକୁ ଦର୍ଶକଙ୍କ ଠାରୁ ଆରମ୍ଭ କରି କ୍ରିଟିକ୍ସ ପର୍ଯ୍ୟନ୍ତ ଖୁବ ପ୍ରଶଂସା କରୁଛନ୍ତି ।ୟାମି ଗୌତମୀ ଓ ଅଭିନେତା ଭିକି କୌଶଲ ୭୦ତମ ଗଣତନ୍ତ୍ର ଦିବସରେ ଓ୍ଵାଘା ସୀମାକୁ ଯାଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଚଳଚ୍ଚିତ୍ରରେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ବିଏସ୍‌ଏଫ୍‌ର ଯବାନମାନେ ୟାମି ଗୌତମଙ୍କୁ ସମ୍ମାନିତ କରିଛନ୍ତି।

ଚଳଚ୍ଚିତ୍ରରେ ଅଭିନେତ୍ରୀ ୟାମି ଜଣେ ଗୁଇନ୍ଦା ଅଧିକାରୀଙ୍କ ଭୂମିକା ନିଭାଇଛନ୍ତି। ଭିକି କୌଶାଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ୨୦୧୬ ମସିହା ସେପ୍ଟମ୍ବର ୨୯ ତାରିଖରେ ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନାର ସର୍ଜିକାଲ୍‌ ଷ୍ଟାଇକ୍‌ ଉପରେ ଆଧାରିତ।ସେହି ମାସରେ ଉରିଠାରେ ସେନା ଯବାନଙ୍କ ଉପରକୁ ଆତଙ୍କବାଦୀମାନେ କରିଥିବା ଆକ୍ରମଣର ଯବାବ ଦେବା ପାଇଁ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଥିବା କଥା ଚଳଚ୍ଚିତ୍ରରେ ଦର୍ଶାଯାଇଛି।

ପ୍ରଶଂସକଙ୍କ ଗ୍ରହଣୀୟତା ସାଉଁଟିବା ପରେ ୟାମି ନିଜର ଖୁସି ବ୍ୟକ୍ତ କରିଛନ୍ତି। ଯବାନମାନଙ୍କ ସହ ସାକ୍ଷାତ ତାଙ୍କୁ ଗର୍ବ ଅନୁଭବ କରାଇଛି ବୋଲି ୟାମି ଜଣାଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More