Only for Entertainment

୨୦ ବର୍ଷ ପରେ ପୁଣି ଥରେ ନଜର ଏକାସହ ନଜର ଆସିବ ଶତୃଘ୍ନ ଏବଂ ଧର୍ମେନ୍ଦ୍ରଙ୍କ ଯୋଡି !

Hamara Photos
0 41

ବଲିଉଡ ଦୁନିଆର ବହୁଚର୍ଚ୍ଚିତ ଏହି ଦୁଇ ଅଭିନେତାଙ୍କ ବନ୍ଧୁତାର କାହାଣୀ ଅନେକ,ତେବେ ନବୀନ ସିଂ ଙ୍କ ନିର୍ଦ୍ଧେଶିତ “ୟମଲା ପଗଲା ଦିୱାନା ଫିରସେ” ଫିଲ୍ମ ରେ ଶତ୍ରୁଘ୍ନ ସିହ୍ନା ଜର୍ଜ ଭୁମିକା ରେ ନଜର ଆସିବେ । ୨୦ ବର୍ଷ ପରେ ଏହି ଦୁଇ ଯୋଡି ଙ୍କୁ ପୁଣି ଥରେ ବଲିଉଡର ଗୋଟିଏ ସ୍କ୍ରିନ୍ ରେ ଦେଖିବାର ସୁଯୋଗ ମିଳିବ ।

ପୂର୍ବ ସପ୍ତାହ ରେ ଏହି ଦୁଇ ଅଭିନେତା ଏକା ସାଙ୍ଗରେ ଫିଲ୍ମରେ ଅଭିନୟ କରୁଥିବା ଫଟୋ ସୋସିଆଲ୍ ମିଡିଆ ରେ ଚହଳ ସୃଷ୍ଟି କରିଛି । ଏହି ଫିଲ୍ମରେ ଶତୃଘ୍ନ ସିହ୍ନା ଜର୍ଜ ଭୂମିକା ରେ ଅଭିନୟ କରୁଥିବା ବେଳେ ଧର୍ମେନ୍ଦ୍ର ଓକିଲ ଭୂମିକା ରେ ନଜର ଆସିବେ , ଶତ୍ରୁଘ୍ନ ସିହ୍ନା ଙ୍କ ଏଂଟ୍ରି ନିଶ୍ଚିତ ଭାବରେ ଫିଲ୍ମ ରେ ଧୁମ୍ ମଚାଇବ । ଫିଲ୍ମ ରେ ଥିବା କୋର୍ଟ ରୁମ ଡ୍ରାମା କୈାତୁହଳପ୍ରଦ ରହିବା ସହ ଏହି ଫିଲ୍ମ ଟି ଅଗଷ୍ଟ ୧୫ ତାରିଖ ରେ ରିଲିଜ ହେବାକୁ ଯାଉଛି ଏହା ସହ ଫିଲ୍ମ ରେ ସନ୍ନି ଓ ବବି ଦେୱଲ ଙ୍କୁ ଦେଖିବାକୁ ମିଳିବ ।


ଧର୍ମେନ୍ଦ୍ର-ଶତ୍ରୁଘ୍ନ ଙ୍କ ପରିବାର ମଧ୍ୟରେ ଉତ୍ତମ ସର୍ମ୍ପକ ଥିବା ସହ ଧର୍ମେନ୍ଦ୍ର,ଶତ୍ରୁଘ୍ନ ସିହ୍ନା ଙ୍କୁ ନିଜ ଛୋଟ ଭାଇ ବୋଲି ଭାବନ୍ତି । ଉଭୟ ଏକା ସାଙ୍ଗରେ ଆଗରୁ ଦୋସ୍ତ,ବ୍ଲେକ୍ମେଲ ଓ ତିସରି ଆଂଖ ପରି ଫିଲ୍ମ ରେ ଅଭିନୟ କରିସାରିଛନ୍ତି ।

Awesome working with the two buddies Shatru uncle and papa!! #legends #ypdphirse

A post shared by Bobby Deol (@iambobbydeol) on


ନବୀନ ସିଂ ଙ୍କ ନିର୍ଦ୍ଦେଶିତ “ୟମଲା ପଗଲା ଦିୱାନା ଫିରସେ” ଫିଲ୍ମ ରେ ବାପା-ପୁଅ ଙ୍କ କମେଡି ଦେଖିବାକୁ ମିଳିବ । ଫିଲ୍ମର ପ୍ରଥମ ଭାଗ ଉତ୍ତମ ରୋଜଗାର କରିଥିବା ସମୟ ରେ ଦ୍ୱିତୀୟ ଭାଗ ଟି ଅସଫଳ ହୋଇଥିଲା ହେଲେ ତୃତୀୟ ଭାଗ ରେ ଶତ୍ରୁଘ୍ନ ଙ୍କ ପ୍ରବେଶ ଧମାଲ ମଚାଇବ ବୋଲି ଦର୍ଶକ ମାନଙ୍କର ଆଶା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More