Only for Entertainment

ମୃତ୍ୟୁର ଯନ୍ତା ‘ଯମୁନା ଏକ୍ସପ୍ରେସ ୱେ’, ଏବର୍ଷ ଗଲାଣି ୧୪୦ ଜୀବନ ।

31

ଦେଶର ପ୍ରଥମ ଯମୁନା ଏକ୍ସପ୍ରେସ ୱେ ଦୁର୍ଘଟଣା କାରଣରୁ ଏହା ମୃତ୍ୟୁର ଏକ୍ସପ୍ରେସ ହୋଇଯାଇଛି । ଦୀର୍ଘ ୮ ବର୍ଷରେ ଏଠାରେ ୯ ଶହ ଲୋକଙ୍କ ଜୀବନ ଗଲାଣି ଏବଂ ୬ ହଜାରରୁ ଅଧିକ ଆହତ ହୋଇଛନ୍ତି । ବର୍ଷକୁ ବର୍ଷ ମୃତ୍ୟୁର ସଂଖ୍ୟା କମ ହେବା ପରିବର୍ତ୍ତେ ବଢିବାରେ ଲାଗିଛି । ଗତ ସୋମବାରକୁ ହୋଇଥିବା ଦୁର୍ଘଟଣାରେ ୨୯ ଜଣଙ୍କ ଜୀବନ ଯାଇଛି, ଯାହାକୁ ମିଶାଇଲେ ଏହି ବର୍ଷ ୧୪୦ ଜଣଙ୍କ ଜୀବନ ଯାଇଛି । ୭୨ ଘଂଟା ମଧ୍ୟରେ ଏଭଳି ସମୟ ନାହିଁ ଯେତେବେଳେ କୌଣସି ଦୁର୍ଘଟଣା ହୋଇନାହିଁ । ରାତିରେ ପରିସ୍ଥିତି ଅଧିକ ଗମ୍ଭୀର ହୋଇଯାଉଛି । ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଯେଉଁ ସମୟରେ ଅଧିକ ନିଦ ଲାଗେ ଠିକ ସେହି ସମୟରେ ଦୁର୍ଘଟଣା ଘଟୁଛି ।

ଆଗ୍ରା ଡେଭଲପମେଂଟ ଫାଉଣ୍ଡେସନର ଅଧ୍ୟକ୍ଷ କେସି ଜୈନ ୨୦୧୫ରେ ହାଇକୋର୍ଟରେ ଜନହିତକାରୀ ଯାଚିକା ଦାଖଲ କରିଥିଲେ । ଯାହାପରେ କିଭଳି ଦୁର୍ଘଟଣାକୁ କମ କରାଯାଇପାରିବ ତାହାର ଉପାୟ ପାଇଁ ମୃତ୍ୟୁକୁ ନେଇ ଏକ ଅଡିଟ କରାଯାଇଥିଲା । ଏହା ଦ୍ୱାରା ଦୁର୍ଘଟଣାର କାରଣ ସାମ୍ନାକୁ ଆସିଲା, କିନ୍ତୁ ଦୁର୍ଘଟଣା କମ ହେଲା ନାହିଁ । ସାମ୍ନାକୁ ଆସିଥିବା ଖବର ଅନୁସାରେ ରାତି ୩ଟାରୁ ୫ଟା ମଧ୍ୟରେ ଏହି ସ୍ଥାନରେ ଦୁର୍ଘଟଣା ଘଟୁଛି । ନୋଏଡ଼ାକୁ ଆସୁଥିବା ରାସ୍ତାରେ ଅଧିକ ଦୁର୍ଘଟଣା ହେଉଛି । ୧୬୫ କିମି ଲମ୍ବା ଏହି ଏକ୍ସପ୍ରେସ ଅଗଷ୍ଟ ୨୦୧୨ରେ ଆରମ୍ଭ ହୋଇଥିଲା । ଏହା ଦ୍ୱାରା ଦିଲ୍ଲୀ ଏବଂ ଆଗ୍ରା ମଧ୍ୟର ବ୍ୟବଧାନ ତ କମ ହୋଇଗଲା, କିନ୍ତୁ ଦୁର୍ଘଟଣା ହାର ବଢିଗଲା ।

୨୦୧୨ରେ ୨୯୪ ଦୁର୍ଘଟଣାରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୩ରେ ୮୯୮ ଦୁର୍ଘଟଣାରେ ୧୧୮ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୪ରେ ୭୭୨ ଦୁର୍ଘଟଣାରେ ୧୨୪ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦୧୫ରେ ୯୧୯ ଦୁର୍ଘଟଣାରେ ୧୪୩ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୬ରେ ୧୧୯୩ଟି ଦୁର୍ଘଟଣା ହୋଇଥିଲା ଏବଂ ମୃତ୍ୟୁ ସଂଖ୍ୟା ଥିଲା ୧୨୮ । ୨୦୧୭ରେ ୭୬୩ ଦୁର୍ଘଟଣାରେ ୧୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୮ରେ ୮୦୦ ଦୁର୍ଘଟଣାରେ ୧୧୦ ଜଣଙ୍କ ମୃତ୍ୟୁ ଏବଂ ୨୦୧୯ରେ ୩୪୭ ଦୁର୍ଘଟଣାରେ ୧୪୦ ଜଣଙ୍କ ମୃତ୍ୟୁ ହୋଇଛି ।

୨ ବର୍ଷ ପୂର୍ବରୁ ହୋଇଥିବା ଅଡିଟ ଅନୁସାରେ ଦ୍ରୁତଗତିରେ ଗାଡ଼ି ଚଳାଇବା ଦ୍ୱାରା ଏହି ଦୁର୍ଘଟଣା ଘଟୁଥିବା ଜଣାପଡ଼ିଥିଲା । ଯଦିଓ ଗାଡ଼ି ମାନଙ୍କର ଗତିକୁ ନେଇ ଭିନ୍ନ ଭିନ୍ନ ସୀମା ଧାର୍ଯ୍ୟ କରାଯାଇଛି ତଥାପି ଏହାକୁ କେହି ନଜର ଦେଉନାହାଁନ୍ତି । ଯାହା ଦ୍ୱାରା ଏଭଳି ଦୁର୍ଘଟଣା ଘଟୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More