Only for Entertainment

ୟମୁନା ହେଲେ ଶ୍ରୀକୃଷ୍ଣଙ୍କ ଭକ୍ତିରେ ବିଭୋର, ମୂର୍ତ୍ତି ସହ ରଚାଇଲେ ବିବାହ !

67

ଶ୍ରୀକୃଷ୍ଣଙ୍କ ପରମ ଭକ୍ତ ମୀରାଙ୍କୁ କିଏ ବା ନଜାଣେ । ଏହିକାରଣରୁ ଯେଉଁଠି ବି ଶ୍ରୀକୃଷ୍ଣ ଭଗବାନଙ୍କ ନାଁ ଆସେ , ସେଠାରେ ମୀରା ବାଈଙ୍କ ନାଁ ମଧ୍ୟ ଆସେ । ମୀରା ତାଙ୍କ ସମଗ୍ର ଜୀବନ ଭଗବାନ ଶ୍ରୀକୃଷ୍ଣଙ୍କ ନାଁ ରେ ସମର୍ପି ଦେଇଥିଲେ ।

ଏହିକାରଣରୁ ଶ୍ରୀକୃଷ୍ଣଙ୍କ ଭକ୍ତଙ୍କ ଉପରେ ଚର୍ଚ୍ଚା ଆସିଲେ ମୀରା ବାଇ ସବୁଠାରୁ ଉପରେ ରହିଥାଆନ୍ତି । ଆଜିର ବ୍ୟସ୍ତବହୁଳ ଜୀବନରେ ଯେଉଁଠି ନିଶ୍ୱାସ ପ୍ରଶ୍ୱାସ ନେବାକୁ ଠିକରେ ସମୟ ମିଳେନାହିଁ , ଅଲୀଗଢ ନିବାସୀ ୟମୁନା ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହ ସାତଟି ଘେରା ନେଇ ନିଜ ଜୀବନ ଈଶ୍ୱରଙ୍କୁ ସମର୍ପିତ କରିଦେଇଛି ।

ଏହାସହ ଏହି ପରିଣୟ ସମସ୍ତ ବିଧି ବିଧାନ ସହ ସମ୍ପନ୍ନ କରିଛନ୍ତି । ୟମୁନା ଅସଲରେ ପିଲା ଦିନରୁ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ଲୀନ ହୋଇଯାଇଥିଲା । ଏହିକାରଣରୁ ସମୟ ବଢିବା ସହ ତାଙ୍କର ଈଶ୍ୱରଙ୍କ ଠାରେ ଥିବା ଆସ୍ଥା ଏବଂ ବିଶ୍ୱାସ ଦୃଢ ହେବାକୁ ଲାଗିଥିଲା ।

ୟମୁନାଙ୍କ ଏହି ନିର୍ଣ୍ଣୟକୁ ପରିବାର ଲୋକମାନେ ମଧ୍ୟ ସମର୍ଥନ କରିଛନ୍ତି । ୧୯ନଭେମ୍ବର ଶ୍ରୀକୃଷ୍ଣଙ୍କ ପ୍ରତିମା ସହ ହିନ୍ଦୁ ପ୍ରଥା ଅନୁସାରେ ବିବାହ କରିଛନ୍ତି । ଏଥିପାଇଁ କାର୍ଡ ମଧ୍ୟ ଛପାଇଥିଲେ ।

ୟମୁନା ଗ୍ରେଡର ନୋଏଡାର ଏକ ପ୍ରାଇଭେଟ କମ୍ପାନୀରେ ଚାକିରୀ କରୁଛନ୍ତି । ସେ ଘରେ ସମସ୍ତଙ୍କ ଠାରୁ ଛୋଟ ଅଟନ୍ତି । ୟମୁନାଙ୍କ କହିବା ମୁତାବକ ତାଙ୍କୁ ଏବେ ଜୀବନରେ ଆଉ କିଛି ଦରକାର ନାହିଁ । ସେ ନିଜର ଜୀବନକୁ ଭଗବାନଙ୍କୁ ସମର୍ପି ଦେଇଛନ୍ତି । ଏବେ ସାରା ଜୀବନ ତାଙ୍କର ସେବା କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More