Only for Entertainment

ପେଟେ ଖାଇବାରୁ ଦିବ୍ୟଙ୍କା ତ୍ରିପାଠୀଙ୍କୁ ମିଳିଲା ଏହି ଦଣ୍ଡ, ଭାଇରାଲ ହେଲା ଭିଡିଓ ।

ndtv
0 30

ଟିଭି ଅଭିନେତ୍ରୀ ଦୁବ୍ୟଙ୍କା ତ୍ରିପାଠୀଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଟିଭି ଦୁନିଆର ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କର ସବୁଠାରୁ ଅଧିକ ଫଲୋୟର୍ସ ରହିଛନ୍ତି । ଦିବ୍ୟଙ୍କା ମଧ୍ୟ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି । ଫ୍ୟାନ୍ସଙ୍କ ପାଇଁ ସେ ଭିଡିଓ ଏବଂ ଫଟୋ ସେୟାର କରିଥାନ୍ତି । ଏପରିକି ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ନିକଟରେ ଦିବ୍ୟଙ୍କାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ତାଙ୍କର ଟ୍ରେନର ତାଙ୍କୁ ଦଣ୍ଡ ଦେଇଥିବା ଦେଖିବାକୁ ମିଳିଛି । ପେଟେ ଖାଇବାରୁ ତାଙ୍କ ଟ୍ରେନର ତାଙ୍କୁ ପନିସ କରିଛନ୍ତି ବୋଲି ଦିବ୍ୟଙ୍କା ଏହି ଭିଡିଓରେ କହିଛନ୍ତି ।

ଦିବ୍ୟଙ୍କା ଅଧିକ ଖାଇବାରୁ ତାଙ୍କ ଟ୍ରେନର ହେଭି ୱାର୍କ ଆଉଟ କରାଇଛନ୍ତି । ଅଭିନେତ୍ରୀ ଶନିବାର ଏହି ଭିଡିଓ ଅପଲୋଡ କରିବା ପରେ ଏବେ ଏହାକୁ ୧୦ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

 

Ho gaya ??

A post shared by Divyanka Tripathi Dahiya (@divyankatripathidahiya) on

କହିରଖୁଛୁ ଯେ ଦିବ୍ୟଙ୍କା ‘ବନୁ ମେଁ ତେରି ଦୁଲହନ’ ସିରିଏଲ କରି ଚର୍ଚ୍ଚାକୁ ଆସିଥିଲେ । ଏହି ସିରିଏଲରେ ସେ ଡବଲ ରୋଲରେ ନଜର ଆସିଥିଲେ । ୨୦୧୩ରେ ତାଙ୍କର ଶୋ ‘ୟେ ହେଁ ମହୋବତେଁ’ ଆରମ୍ଭ ହୋଇଥିଲା ଯାହା ଏପର୍ଯ୍ୟନ୍ତ ମଧ୍ୟ ଚାଲିଛି । ଶୋରେ ଦିବ୍ୟଙ୍କାଙ୍କ ଇଶିତା କ୍ୟାରେକ୍ଟରକୁ ଲୋକେ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More