ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତା ଅମରିଶ ପୁରୀଙ୍କ ନାତି ଏବେ ବଲିଉଡରେ ପାଦ ରଖିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି । ତାଙ୍କର ପ୍ରଙଥମ ଫିଲ୍ମ ‘ୟେ ଶାଲୀ ଆଶିକୀ’ର ଟ୍ରେଲର ରିଲିଜ ହୋଇସାରିଛି । ଟ୍ରେଲରରେ ଅମରିଶ ପୁରୀଙ୍କ ନାତି ବର୍ଦ୍ଧାନ ପୁରୀଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି ।
ଟ୍ରେଲର ସାମ୍ନାକୁ ଆସିବା ପରେ ଲୋକଙ୍କୁ ପୁଣିଧରେ ବର୍ଦ୍ଧାନଙ୍କ ଜରିଆରେ ଅମରିଶ ପୁରୀଙ୍କ ଅଭିନୟ ମନେ ପଡିଯାଇଛି । କାରଣ ବର୍ଦ୍ଧାନ ନିଜର ପ୍ରଥମ ଫିଲ୍ମରେ ଖୁବ ପକ୍ୱ ଅଭିନେତାଙ୍କ ପରି ଅଭିନୟ କରିଛନ୍ତି । ଦେଖନ୍ତୁ ଟ୍ରେଲର-
ଫିଲ୍ମ ‘ୟେ ଶାଲୀ ଆଶିକୀ’ ଏକ ଥ୍ରିଲର-ସସପେନ୍ସ ଡ୍ରାମା ଫିଲ୍ମ । ଟ୍ରେଲର ରିଲିଜ ହେବା ପରେ ଦର୍ଶକ ଏହାକୁୂ ଖୁବ ପସନ୍ଦ କରିଛନ୍ତି । ବର୍ଦ୍ଧାନଙ୍କ ଅପୋଜିଟରେ ଫିଲ୍ମରେ ଶିବାଲିକା ଓବରୟ ନଜର ଆସିବେ । ଫିଲ୍ମ ୨୨ ନଭେମ୍ବରରେ ରିଲିଜ ହେବ ।