Only for Entertainment

ଏହି ଟିଭି ଅଭିନେତାଙ୍କୁ ମିଳିଲା ବଲିଉଡ ଅଫର, ଶାହିଦ କପୁରଙ୍କ ଭଉଣୀଙ୍କ ସହିତ ଆସିବେ ନଜର ।

Highlights India
0 57

ଟିଭି ଶୋ’ ‘ୟୋ ଉନ ଦିନୋ କି ବାତ ହେ’ ରେ ସମୀର ମାହେଶ୍ୱରୀ ଭୂମିକାରେ ନଜର ଆସୁଥିବା ଅଭିନେତା ରଣଦୀପ ରାୟଙ୍କୁ ବଲିଉଡରେ ସୁଯୋଗ ମିଳିସାରିଛି । ରଣଦୀପ ଖୁବଶୀଘ୍ର ରୋମାଣ୍ଟିକ କମେଡି ଫିଲ୍ମ ‘ସରୋଜ କା ରିସ୍ତା’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହା ରଣଦୀପଙ୍କର ପ୍ରଥମ ବଲିଉଡ ଫିଲ୍ମ ହେବ । ଫିଲ୍ମର କାହାଣୀ ‘ବଡି ଶେମିଙ୍ଗ’ ଉପରେ ଆଧାରିତ ।

ଫିଲ୍ମର କାହାଣୀ ଲଭ ଟ୍ରାଏଙ୍ଗଲ ଉପରେ ଆଧାରିତ । ଫିଲ୍ମରେ ରଣଦୀପଙ୍କ ବ୍ୟତିତ ଗୌରବ ପାଣ୍ଡେ ଏବଂ ଶାଦିହ କପୁରଙ୍କ ଭଉଣୀ ସନା ମଧ୍ୟ ନଜର ଆସିବେ । ଏକ ଇଣ୍ଟରଭ୍ୟୁରେ ରଣଦୀପ କହିଛନ୍ତି କୌଣସି ଟିଭି କଳାକାର ପାଇଁ ବଲିଉଡରେ କାମ ମିଳିବା ଏକ ଅଦ୍ଭୂତ ସୁଯୋଗ, ମୁଁ ଲକି ଫିଲ କରୁଛି ଯେ ମୋତେ ଏହି ସୁଯୋଗ ମିଳିଛି ।

rrr-3

ଏହା ସହିତ ସେ ଫିଲ୍ମର ନିର୍ଦ୍ଦେଶକଙ୍କ ବିଷୟରେ ମଧ୍ୟ ଇଣ୍ଟଭ୍ୟୁରେ କହିଥିଲେ । ସେ କହିଥିଲେ ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ସକ୍ସେନା ଜଣେ ଜବରଦସ୍ତ ନିର୍ଦ୍ଦେଶକ । ରଣଦୀପ ଏବେ ସୋନୀ ଟିଭିରେ ପ୍ରସାରିତ ‘ୟୋ ଉନ ଦିନୋ କି ବାତ ହେ’ରେ ନଜର ଆସୁଛନ୍ତି । ଫିଲ୍ମର ସମୀର ଏବଂ ନୈନାଙ୍କ ଲଭ ଷ୍ଟୋରୀ ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More