Only for Entertainment

ଏହି ଟିଭି ଅଭିନେତ୍ରୀଙ୍କୁ ସୁଟିଂ ସେଟରେ ମିଳିଲା ସରପ୍ରାଇଜ, ୬୭ କେକ୍ କାଟି ପାଳନ କଲେ ଜନ୍ମଦିନ ।

IWMBuzz
0 46

‘ୟେ ଉନ ଦିନୋ କି ବାତ ହେ’ର ଅଭିନେତ୍ରୀ ଆଶୀ ସିଂ ରବିବାର ନିଜର ୨୧ ତମ ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନରେ ଆଶୀ ସୁଟିଂ ସେଟରେ ୬୭ଟି କେକ କାଟିଥିଲେ । ଏହି କେକ ସବୁ ତାଙ୍କର ପ୍ରଶଂଶକମାନେ ଉପହାରରେ ଦେଇଥିଲେ ।

ଆଶୀ କହିଛନ୍ତି ଯେ, ‘ଦର୍ଶକଙ୍କ ହୃଦୟରେ ନୈନା ପାଇଁ ଯେଉଁ ଖାସ ସ୍ଥାନ ସୃଷ୍ଟି ହୋଇଛି ତାହାକୁ ନେଇ ମୁଁ ଖୁବ ଖୁସି ଅଛି । ନୈନା କାରଣରୁ ଲୋକ ମୋ ଜନ୍ମଦିନରେ ଅନେକ ଉପହାର ପଠାଇଛନ୍ତି ଏବଂ ତାଙ୍କର ଭଲପାଇବା ଦେଇଛନ୍ତି ।’ ଏହା ସହିତ ସେ କହିଥିଲେ ଶୋ’ର ସେଟରେ ଏହା ମୋର ପ୍ରଥମ ଜନ୍ମଦିନ । ଏହା ମୋର ସବୁଠାରୁ ସ୍ମରଣୀୟ ଜନ୍ମଦିନ ମଧ୍ୟରେ ନିଶ୍ଚିତ ଗଣାଯିବ ।

ସିରିଏଲକୁ ନେଇ ଆଶୀ କହିଥିଲେ ଏବେ ନୈନା ଏବଂ ସମୀର ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି । ଏହି କାରଣରୁ ମୋତେ ଏବେ ସୁଟିଂ ସେଟରେ କାନ୍ଦିବାକୁ ମିଳୁଛି । ଏହା ସହିତ ସେ କହିଥିଲେ ସେ କାନ୍ଦି କାନ୍ଦି ଥକି ପଡିଲେଣି । ଏହାର ସୁଟିଂ କେବେ ଶେଷ ହେବ ବେଲି ଆଶୀ ଥଟ୍ଟାରେ କହିଥିଲେ ।

ନିଜର ଆକ୍ଟିଂକୁ ନେଇ ଆଶୀ କହିଥିଲେ, ମୁଁ କାହା ସହିତ ମୋର ତୁଳନା କରୁ ନାହିଁ । ଏହା ସହିତ ନିଜ ଠାରେ ଛୋଟ ଛୋଟ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More