Only for Entertainment

ଘରୁ ଅତି ସହଜରେ ବାହାର କରିପାରିବେ ମୂଷା ! ଇନଷ୍ଟୋଲ କରିବା ପାଇଁ ପଡ଼ିବ ମାଗଣା ଆପ୍

YouTube
0 40

ଆପଣଙ୍କ ଘରେ ମୂଷା ଅଛନ୍ତି କି ? ସେଥିପାଇଁ ଆପଣ ଚିନ୍ତାରେ ରହୁଛନ୍ତି କି ? ତେବେ ଆଉ ଚିନ୍ତା କରନ୍ତୁ ନାହିଁ । ଆପଣ ଘରୁ ମୂଷା ବାହାର କରିବା ପାଇଁ ଅନେକ ଘରୋଇ ଉପାୟ ବ୍ୟବହାର କରିସାରିଥିବେ । ତେବେ ବେଳେବେଳ ଏପରି ଉପାୟ କିଛି କାମରେ ଆସେନାହିଁ । ତେବେ ମୂଷାକୁ ବାହାର କରିବା ପାଇଁ ଏକ ଫୋନରେ ଏକ ଆପ୍ ଇନଷ୍ଟୋଲ କରିବା ପାଇଁ ପଡ଼ିବ । ଏହି ଆପର ନାଁ Anti-Rat Sonar । ଏହାକୁ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ମାଗଣାରେ ଡାଇନଲୋଡ କରିପାରିବେ ।

ଆପକୁ କିପରି ବ୍ୟବହାର କରିବେ ?
ଏହି ଆପକୁ ବିକଶିତ କରିଥିବା ବ୍ୟକ୍ତି କହିଛନ୍ତି ୧୦ ବର୍ଷ ରିସର୍ଚ୍ଚ ପରେ ଏବଂ ଫିଲ୍ଡରେ ଟେଷ୍ଟ କରିବା ପରେ ଏହି ଆପକୁ ଆବିଷ୍କାର କରାଯାଇଛି । ଏଥିରୁ ଏକ ଭିନ୍ନ ଧରଣର ଶଦ୍ଦ ବାହାରି ଥାଏ । ଏହି ଶଦ୍ଦ ମୂଷା କାନରେ ବାଜିଲେ ସେମାନେ ସ୍ଥାନ ଛାଡ଼ି ଚାଲିଯାଆନ୍ତି । ପରିବେଶକୁ ଦୃ୍ଷ୍ଟିରେ ରଖି ଏହି ଆପ୍ ତିଆରି କରାଯାଇଛି ।

ଏହି ଆପ କେଉଁଠି କାମ କରେ ନାହିଁ –
ତେବେ ଏହି ଆପ ଅଧିକ ଶବ୍ଦ ହେଉଥିବା ସ୍ଥାନରେ କାମ କରେ ନାହିଁ । କାରଣ ଏପରି ସ୍ଥାନକୁ ସିଗନାଲ ପହଂଚି ପାରେ ନାହିଁ । ଆପଣ ଚାହିଁଲେ ଫ୍ରିକ୍ୱେନ୍ସିକୁ ବଦଳାଇ ପାରିବେ । କିନ୍ତୁ ଡ଼େଭଲପର୍ ଏହାକୁ ବଦଳାଇବାକୁ ଅନୁମତି ଦେଇନଥାନ୍ତି । କାରଣ ଏହି ଶଦ୍ଦକୁ ପରିବର୍ତ୍ତନ କଲେ କୁକୁର, ବିଲେଇ ଉପରେ ବି ପ୍ରଭାବ ପକାଇପାରେ । ସେଥିପାଇଁ ଆପର ଫ୍ରିକ୍ୟୁନସି ସେଟିଙ୍ଗକୁ ବଦଳାନ୍ତୁ ନାହିଁ । ଏହି ଆପକୁ ବ୍ୟବହାର କରିବା ସମୟରେ ଟିକିଏ ଅଧିକ ଧ୍ୟନା ଦେବା ପାଇଁ ପଡ଼ିବ । କେବେ ବି ଏହାକୁ ବ୍ୟବହାର ସମୟରେ କେବେ ବି ସଫା ତଳେ ରଖନ୍ତୁ ନାହିଁ । ଏହି ଆପ କେବଳ ଆଣ୍ଡ୍ରଏଡ଼୍ ୨.୩ ଭର୍ସନ କିମ୍ବା ତା’ ଉପର ସ୍ତରରେ କାମ କରିଥାଏ । ଆପର ଆକାର ରହିଛି ୨.୬୫ ଏମବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More