Only for Entertainment

କୁନି ରିପୋର୍ଟରଙ୍କ ଧମାକାଦାର ରିପୋର୍ଟିଙ୍ଗ, ଦେଖନ୍ତୁ ଭାଇରାଲ ଭିଡ଼ିଓ

punjabkeshari
175

ହରିୟାଣାର ବିଭିନ୍ନ ଜିଲ୍ଲାରେ ଜୋର ବର୍ଷା ଯୋଗୁଁ ଏଠାର କେତେକ ଗାଁ ଏବଂ ସହର ପାଣି ଘେରରେ ଅଛି । ଯାହା କୌଣସି ବନ୍ୟା ପରିସ୍ଥିତି ଠାରୁ କମ ନୁହେଁ । ଲୋକଙ୍କ ଘରୁ ବାହାରିବା ଅସମ୍ଭବ ହୋଇଯାଇଛି । ଲୋକମାନଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । ଘରର ଆସବାବ ପତ୍ର ପାଣିରେ ଭାସୁଛି । ଚାଷ ଜମିରେ ପାଣି ପଶି ଖୁବ କ୍ଷୟକ୍ଷତି ହୋଇଛି । ତେବେ ଏହିଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି ଏଠାର ଲୋକ ମାନଙ୍କୁ । ସବୁଠାରୁ ଖାସ କଥା ହେଉଛି ଏହି ସମସ୍ତ କଥାକୁ ଦୁନିଆ ନିକଟରେ ପହଂଚାଉଛନ୍ତି ଜଣେ କୁନି ରିପୋର୍ଟର । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି ।

ବାସ୍ତବରେ ଏହି କୁନି ରିପୋର୍ଟର କୁରୁକ୍ଷେତ୍ରର ଖେଡ଼ି ମାରକଣ୍ଡା ଅଂଚଳରେ ରହୁଥିବା ୧୧ ବର୍ଷୀୟ ଜଣେ ଝିଅ । ଝିଅଟିର ଘର ଆଖପାଖରେ ପାଣି ଜମିଯାଇଛି, ଯାହାକୁ ସେ ଏକ ରିପୋର୍ଟିଙ୍ଗ ମାଧ୍ୟମରେ ଜଣାଇଛି । ପିଲାଟିର ଏହି ରିପୋର୍ଟିଙ୍ଗ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକ ପିଲାଟିକୁ ଖୁବ ପ୍ରଶଂସା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More