Only for Entertainment

ଚଳନ୍ତା ଟ୍ରେନରୁ ମରୁ ମରୁ ବଂଚିଲେ ଯୁବକ, ମୃତ୍ୟୁ ମୁହଁରୁ ଟାଣି ଆଣିଲେ ଆରପିଏଫ ଜୱାନ

punjabkesari
48

ତେଲେଙ୍ଗାନାର ନାପପଲ୍ଲି ଷ୍ଟେସନରେ ଶୁକ୍ରବାର ସକାଳେ ରେଲୱେ ପୋଲିସ ବା ଆରପିଏଫ ପୋଲିସର ଜଣେ ଜୱାନ ସାହସ ଏବଂ ବୁଦ୍ଧି ବିଚାରର ସହିତ ଜଣେ ବ୍ୟକ୍ତିଙ୍କ ଜୀବନ ବଂଚାଇ ଦେଇଛନ୍ତି । ବାସ୍ତବରେ ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ପାଦ ଖସିଯିବାରୁ ବ୍ୟକ୍ତି ଜଣକ ଟ୍ରେନ ଏବଂ ଟ୍ରାକ ମଧ୍ୟରେ ଫସିଗଲେ, ଯାହାଙ୍କୁ ଜୱାନ ଜଣକ ବଂଚାଇଦେଲେ ।

 

ଖବର ଅନୁସାରେ ବ୍ୟକ୍ତି ଜଣକ ଭେଙ୍କଟ ରେଡ୍ଡୀ ଚାମୀନାର ଟ୍ରେନରେ ଚଢୁଥିବା ସମୟରେ ପାଦ ଖସିଗଲା ଏବଂ ସେ ଟାଣି ହୋଇ ଆଗକୁ ଚାଲିଗଲେ । ଏହି ସମୟରେ ଆରପିଏଫ ଜୱାନଙ୍କ ଉପରେ ସେହି ବ୍ୟକ୍ତିଙ୍କର ନଜର ପଡ଼ିଲା ଏବଂ ସେ ତୁରନ୍ତ ଦୌଡ଼ିଯାଇ ବ୍ୟକ୍ତି ଜଣଙ୍କୁ ଟାଣି ଜୀବନ ବଂଚାଇଲେ । ତେବେ ନିହାତି ଭାବରେ କହିପାରିବା ବ୍ୟକ୍ତି ଜଣକ ମରୁ ମରୁ ବଂଚିଗଲେ ।

 


ଏହି ପୂରା ଘଟଣା ରେଲୱେ ଷ୍ଟେସନରେ ଲାଗିଥିବା କ୍ୟାମେରାରେ କଏଦ ହୋଇଯାଇଛି । ଭିଡ଼ିଓ ଦେଖିଲେ ଜଣାପଡ଼ୁଛି ଜୀବନକୁ ବାଜି ଲଗାଇ ଜୱାନ ଜଣକ ବ୍ୟକ୍ତିଙ୍କର ଜୀବନ ବଂଚାଇଛନ୍ତି । ତେବେ ଆରପିଏଫ ଜୱାନଙ୍କ ଏହି କାମକୁ ଖୁବ ପ୍ରଶଂସା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More