Only for Entertainment

ଆପଣଙ୍କ ଶିଶୁ ଟେଡି ବିୟରକୁ ସବୁବେଳେ ପାଖରେ ଧରି ରହୁଛି କି? ହୋଇଯାଆନ୍ତୁ ସାବଧାନ, ପଡିପାରେ ରୋଗରେ !

shutter stock
0 46

ଟେଡି ବିୟର୍ ସାରା ବିଶ୍ୱର ଶିଶୁଙ୍କ ପସନ୍ଦର ଖେଳନା। ଶିଶୁଟିଏ ଘରେ ରହୁ କି ବାହାରକୁ ଯାଇଥାଉ ସାଙ୍ଗରେ ଟେଡି ବିୟରକୁ ଧରି ଯାଇଥାଏ। ଏପରି କି ଖାଇବାଠାରୁ ଶୋଇବା ପର୍ୟ୍ୟନ୍ତ ପିଲା ପାଖରେ ଥାଏ ଟେଡି ବିୟର । ହେଲେ ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଏହି ଟେଡି ବିୟର୍ ଶିଶୁ ପାଇଁ ରୋଗର କାରଣ ହୋଇପାରେ। ୮୦ ପ୍ରତିଶତ ଟେଡି ବିୟରରେ ମାରାତ୍ମକ ବ୍ୟାକ୍ଟରିଆ ରହିଥାଏ। ଯାହା ଶିଶୁକୁ ଝାଡାବାନ୍ତି ଭଳି ରୋଗରେ ଆକ୍ରାନ୍ତ କରାଇବାର ସମ୍ଭାବନା ରହିଛି। ୯୦ ପ୍ରତିଶତ ଟେଡି ବିୟରରେ ଧୂଳି ଓ ଜୀବାଣୁ ଲାଗି ରହିଥାଏ। ୪ରୁ ୩ ଟେଡି ବିୟରକୁ ସଫା କରାଯାଉ ନ ଥିବା ଗବେଷଣାରୁ ଜଣାପଡିଛି।

ଟେଡି ବିୟରକୁ ଆଣ୍ଟି ବ୍ୟାକ୍ଟରିଆ କ୍ଲିଞ୍ଜରରେ ସଫା କରନ୍ତୁ କିମ୍ୱା ଡିଟଜେଣ୍ଟରେ ମଧ୍ୟ ସଫା କରିପାରିବେ। କୌଣସି କପଡା ସହ ମିଶାଇ ଟେଡି ବିୟରକୁ ନ ଧୋଇ ତାହାକୁ ଅଲଗା ସଫା କରନ୍ତୁ। ଫଳରେ ଅନ୍ୟ କପଡାରେ ଥିବା ବ୍ୟାକ୍ଟରିଆ ଟେଡିରେ ଲାଗି ନ ଥାଏ। ଟେଡି ବିୟରକୁ ସଫା କରି ଖରାରେ ଶୁଖାନ୍ତୁ। ଟେଡି ବିୟରକୁ ପ୍ରତିଦିନ ଓଦା କପଡାରେ ସଫା କରନ୍ତୁ ଫଳରେ ଲାଗିଥିବା ଜୀବାଣୁ ସଫା ହୋଇଯାଇଥାଏ। ଯାହା ପିଲାମାନଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More