Only for Entertainment

ମାଙ୍କଡ ଏବଂ ମଣିଷର ଭଲ ପାଇବା ଦେଖି ଇମୋସନାଲ ହୋଇଯିବେ ଆପଣ, ଦେଖନ୍ତୁ ଭିଡିଓ ।

khabarNDTV
0 52

ମଣିଷ ଏବଂ ମାଙ୍କଡ ମଧ୍ୟରେ ଆପଣ ଏଭଳି ପ୍ରେମ ହୁଏତ ଖୁବ କମ ଦେଖିଥିବେ । ଫ୍ଲୋରିଡାରେ ଏକ ମାଙ୍କଡ ଏବଂ ମଣିଷ ମଧ୍ୟରେ ଜବରଦସ୍ତ ଯୋଡି ଦେଖିବାକୁ ମିଳିଛି, ଯାହାକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଫ୍ଲୋରିଡାରେ ପୁଲିସ ଏକ ବ୍ୟକ୍ତିଙ୍କୁ କାର ଚୋରି ମାମଲାରେ ଯେତେବେଳେ ତାଙ୍କୁ ଗିରଫ କରିଛନ୍ତି, ସେହି ସମୟରେ ତାଙ୍କ କ୍ୟାପଚୁନ ମାଙ୍କଡ ତାଙ୍କୁ କୁଣ୍ଢେଇ ପକାଇ ଛାଡୁନି । ମାତ୍ର କାର ଚୋରି କରିଥିବା ବ୍ୟକ୍ତିଙ୍କୁ ଚୋରି କାର ଏବଂ ମାଙ୍କଡକୁ ଛାଡିବାକୁ ପଡିଛି ପାସକୋ କାଉଂଟି ଶେରିଫ ଫେସବୁକରେ ଏହାର ଏକ ଭିଡିଓ ସେୟାର କରିଛନ୍ତି । ଏହି ପୋଷ୍ଟ ମୁତାବକ, ବ୍ୟକ୍ତିଙ୍କ ପରିଚୟ କୋଡି ବ୍ଲାକ ନାମରେ କରାଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ କୋଡିଙ୍କ ଦ୍ୱାରା ଚୋରି କରାଯାଇଥିବା ଗାଡି ହାର୍ଲିଡେ ନାମକ ଘାଟିରେ ଯାଇ କ୍ରାସ ହୋଇଯାଇଛି । ଯେତେବେଳେ କୋଡିଙ୍କୁ ପୁଲିସ ଗିରଫ କରିଛି ତାଙ୍କ ମାଙ୍କଡ କ୍ୟାପଚୁନ ତାଙ୍କ ପାଖକୁ ଆସି ଯାଉଛି । ଯେତେବେଳେ ପର୍ଯ୍ୟନ୍ତ କାଗଜପତ୍ର ତଦାରଖ ସରୁ ନାହିଁ କାପଚୁନ ମାଲିକଙ୍କୁ କୁଣ୍ଢାଇ ଧରୁଛନ୍ତି,ତାଙ୍କୁ କିସ ମଧ୍ୟ କରୁଛି । ଏହାଦ୍ୱାରା ମାଲିକଙ୍କ ଆଖିରେ ପାଣି ଆସିଯାଉଛି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି ମାଙ୍କଡର ନାଁ ହେଉଛି ମୋଙ୍କ । ଏହି ମାଙ୍କଡକୁ ସେ ୩ବର୍ଷ ପୂର୍ବେ କିଣିଥିଲେ ମାତ୍ର ଏହାକୁ ରଖିବା ପାଇଁ ତାଙ୍କ ପାଖେ କୌଣସି ଲାଇସେନ୍ସ ନଥିଲା । ଏହି କାରଣରୁ କୋଡିଙ୍କୁ ଗିରଫ କରିବା ପରେ ମାଙ୍କଡଟିକୁ ପ୍ରାଇଭେଟ ସାଂଙ୍କଚୁରିକୁ ପଠାଇ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More