Only for Entertainment

ମସୁରି ରେ ଶାହୀଦ କପୂରଙ୍କ ଆଗାମୀ ଫିଲ୍ମ ସୁଟିଂ ସମୟରେ ଘଟିଲା ଅଘଟଣ, ଜଣେ ଯୁବକଙ୍କ ମୃତ୍ୟୁ !

47

ଗୁରୁବାର ଅଭିନେତା ଶାହିଦ କପୁରଙ୍କ ଅପକମିଙ୍ଗ ଫିଲ୍ମ କବୀର ଖାନ ସୁଟିଂ ମସୁରିରେ ହେଉଛି । କିନ୍ତୁ ଏହି ସୁଟିଂ ସେଟରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ଖବର ମୁତାବକ ସୁଟିଂ ସମୟରେ ୩୦ ବର୍ଷର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ଖବର ଅନୁସାରେ ସୁଟିଂ ସମୟରେ ଏକ ଜେନେରେଟର କମ୍ପାନୀ ସହିତ କାମ କରୁଥିବା ଯୁବକ ରାମୁକୁ ଗୁରୁବାରକୁ ହୋଟେଲରେ ଜେନେରେଟର ଠିକ କରିବା ପାଇଁ ଡକାଯାଇଥିଲା । ଜେନେରେଟର ଠିକ କରିବା ସମୟରେ ଜେନେରେଟରରେ ଯୁବକ ଜଣକ ଚାପିହୋଇଯାଇଥିଲେ । ଏହାପରେ ସେ ଗମ୍ଭୀର ରୂପରେ ଆଘାତ ପାଇଥିଲେ । ସଂଗେ ସଂଗେ ତାଙ୍କୁ ଡେରାଡୁନର ନିକଟସ୍ଥ ଏକ ହସ୍ପଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ପୁଲିସ ଏହା ଉପରେ ଯାଂଚ କରୁଛି । ରାମୁଙ୍କ ପରିବାରକୁ ମଧ୍ୟ ଏହି ବିଷୟରେ ସୂଚନା ଦିଆସରିଛି ।

ଆଶ୍ଚର୍ଯ୍ୟର କଥା ହେଉଛି ହୋଟେଲରେ ସେହିଭଳି କିଛି ଘଟଣା ଘଟିନାହିଁ ବୋଲି ହୋଟେଲ ଅଧିକାରୀ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More