Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ଏବଂ କମ୍ କ୍ୟାଲୋରୀ ଯୁକ୍ତ ପାଳଙ୍ଗ ସୁପ୍

YouTube
0 60

ଯଦି ଆପଣଙ୍କୁ ଖାଇବାରେ ସ୍ୱାସ୍ଥ୍ୟକର ଏବଂ ଲାଇଟ ଖାଇବା ପସନ୍ଦ ତେବେ ଆପଣ କମ କ୍ୟାଲୋରୀ ଯୁକ୍ତ ସ୍ୱାସ୍ଥ୍ୟ ପାଇଁ ହିତ ପାଳଙ୍ଗ ସୁପ୍ ପ୍ରସ୍ତୁତ କରି ଖାଇପାରିବେ । ଏହାକୁ ପ୍ରସ୍ତୁତ କରିବା ସହଜ ଏବଂ ଏହା ଖାଇବା ପାଇଁ ମଧ୍ୟ ଖୁବ ସ୍ୱାଦିଷ୍ଟ ।

ସାମଗ୍ରୀ-

ତେଲ- ୧ ଚାମଚ
ରସୁଣ- ୧ ଛୋଟ ଚାମଚ
ପିଆଜ- ୬୦ ଗ୍ରାମ
ପାଲଙ୍ଗ- ୧୬୫ ଗ୍ରାମ
ପାଣି- ୩୩୦ ମିଲି
କ୍ଷୀର- ୨୨୦ ମିଲି
ଲୁଣ- ୧ ଛୋଟ ଚାମଚ
ଗୋଲମରିଚ- ୧/୨ ଚାମଚ

ପ୍ରଣାଳୀ-

– ମଧ୍ୟମ ଆଂଚରେ ଏକ ପ୍ୟାନ ବସାଇ ସେଥିରେ ୧ ଚାମଚ ତେଲ ପକାଇ ଗରମ କରନ୍ତୁ । ପ୍ୟାନ ଗରମ ହେବାପରେ ସେଥିରେ ୧ ଚାମଚ ରସୁଣ, ୬୦ଗ୍ରାମ ପିଆଜ ପକାଇ ୧ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ ।

– ପରେ ଏଥିରେ ପାଳଙ୍ଗ ପକାଇ ୨ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଏଥିରେ ୩୩୦ ମିଲି ପାଣି ପକାଇ ଫୁଟାନ୍ତୁ ।

– ଏହାପରେ ଏହି ମିଶ୍ରଣକୁ ଭଲଭାବେ ବ୍ଲେଣ୍ଡ କରି ଦିଅନ୍ତୁ ।

– ମଧ୍ୟମ ଆଂଚରେ ଏକ ପ୍ୟାନ ବସାଇ ବ୍ଲେଣ୍ଡ କରିଥିବା ମିଶ୍ରଣ, ୨୨୦ ମିଲି କ୍ଷୀର, ୧ ଛୋଟ ଚାମଚ ଲୁଣ, ୧/୨ ଚାମଚ ଗେୀଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ।

– ଏହାକୁ ୨ ମିନିଟ ପର୍ଯ୍ୟନ୍ତ ଫୁଟିବାକୁ ଦିଅନ୍ତୁ । ଏବଂ ମଝିରେ ମଝିରେ ମିଶ୍ରଣକୁ ଘାଣ୍ଟନ୍ତୁ ।

– ଆପଣଙ୍କର ହେଲଦି ଏବଂ କମ୍ କ୍ୟାଲୋରୀ ଯୁକ୍ତ ପାଳଙ୍କ ସୁପ୍ ପ୍ରସ୍ତୁତ ହୋଇଗଲା । ଏହାକୁ ଗରମ ଗରମ ପରଶନ୍ତୁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More