Only for Entertainment

ବାପା ଶାହିଦ କପୂରଙ୍କ ଜେରକ୍ସ କପି ଅଟନ୍ତି ପୁଅ ଜୈନ, ଚର୍ଚ୍ଚାରେ ଫଟୋ !

71

ବଲିଉଡ ଅଭିନେତା ଶାହିଦ କପୂର ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ । ଫଟୋ ଶେୟାର କରିବା ମାତ୍ରେ ଏହା ଭାଇରାଲ ହୋଇଯାଇଛି । ଫଟୋରେ ଗୋଟେ ପଟେ ଶାହିଦ ଏବଂ ଅନ୍ୟପଟେ ତାଙ୍କ ପୁଅ ଜୈନ ନଜର ଆସିଛନ୍ତି । ଶାହିଦ ଏବଂ ଜୈନଙ୍କ ଏହି ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ଫଟୋ ଦେଖି କହିବା ଭୂଲି ହେବ ନାହିଁ ଯେ ଜୈନ ତାଙ୍କ ବାପାଙ୍କର ପୂରା କପି ଅଟନ୍ତି ।

ଫଟୋ ଶେୟାର କରି ଶାହିଦ ମଜାଦାର ପୋଷ୍ଟ ଲେଖିଛନ୍ତି । ଶାହିଦଙ୍କ ଏହି ଫଟୋକୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି । ଈଶାନ ଖଟ୍ଟର ଏବଂ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ଏହି ଫଟୋରେ କମେଂଟ କରିଛନ୍ତି । ସିଦ୍ଧାର୍ଥ ଲେଖିଛନ୍ତି ଯେ, – ତାଙ୍କୁ ଏହି ଫଟୋ ରଂଗ ବ୍ୟତୀତ ଆଉ କୌଣସି ସାମଂଜସ୍ୟ ନଜର ଆସିନାହିଁ ।

 

View this post on Instagram

 

Spot the difference #likefatherlikeson

A post shared by Shahid Kapoor (@shahidkapoor) on

ଏଠାରେ ଆମେ କହି ରଖୁଛୁ ଯେ ଶାହିଦ ନିଜ ପୁଅ ସହ ସ୍ପେଶାଲ ବଣ୍ଡିଂ ଶେୟାର କରିଛନ୍ତି । ଶାହିଦ ପୁଅ ସହ ଅନେକ ସମୟରେ ଫଟୋ ଶେୟାର କରନ୍ତି, ଯାହା ସବୁବେଳେ ଭାଇରାଲ ହୋଇଥାଏ । ତେବେ ଶାହିଦଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଶେଷଥର ଶାହିଦ ଫିଲ୍ମ କବୀର ସିଂରେ ନଜର ଆସିଥିଲେ । ଏଥିରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ କିଆରା ଆଡଭାଣୀ । ଏହି ବକ୍ସଅଫିସରେ ଧମାଲ ମଚାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More