Only for Entertainment

ଦୀର୍ଘ ଦିନ ପରେ ପବ୍ଲିକ ପ୍ଲେସରେ ସ୍ପଟ ହେଲେ ଜରିନ ଖାନ ।

bollywood tadka
39

ବଲିଉଡ ଅଭିନେତ୍ରୀ ଜରିନ ଖାନ ଏବେ ହିନ୍ଦୀ ଫିଲ୍ମ ଠାରୁ ଦୂରରେ ଅଛନ୍ତି । ନିକଟରେ ଜରିନଙ୍କୁ ଜିମ ବାହାରେ ସ୍ପଟ କରାଯାଇଛି । ଏହି ମଧ୍ୟରେ ଜରିନ କଳା ରଙ୍ଗର କ୍ରପ ଟପ ଏବଂ ଜାମୁକୋଳି ରଙ୍ଗର ସ୍କ୍ରିନଫିଟ ଗେଜିଙ୍ଗରେ ନଜର ଆସିଛନ୍ତି । ଏହା ସହିତ ସେ ନେଟ ଜ୍ୟାକେଟ ମଧ୍ୟ କ୍ୟାରି କରିଛନ୍ତି । ଜରିନ କ୍ୟାମେରାକୁ ଦେଖି ହସି ହସି ପୋଜ୍ ଦେଇଛନ୍ତି । କହିରଖୁଛୁଯେ ଦୀର୍ଘ ସମୟ ପରେ ଜରିନ କ୍ୟାମେରାରେ କଏଦ ହୋଇଛନ୍ତି । ଜରିନଙ୍କ ଏହି ଲାଟେଷ୍ଟ ଫଟୋ ସୋସିଆଲ ସାଇଟରେ ଖୁବ ଭାଇରାଲ ହେଉଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ।

ୱର୍କଫଂଟ କଥା ଯଦି ଆଲୋଚନା କରିବା ତେବେ ଜରିନ ପଂଜାବୀ ଫିଲ୍ମ ‘ଢାକା’ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହିତ ପଂଜାବୀ ଆକ୍ଟର ଏବଂ ସିଙ୍ଗର ଗିପ୍ପି ଗରେବାଲ ନଜର ଆସିବେ । ଏହା ୧୩ ସେପ୍ଟେମ୍ବରକୁ ରିଲିଜ ହେବ । ଏହା ସହିତ ଖବର ଆସୁଛିଯେ ଜରିନ ସଲମାନଙ୍କ ରିଆଲିଟି ଶୋ ବିଗବସ ୧୩ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More