Only for Entertainment

ବଲିଉଡ ଜଗତର ହଟ ଅଭିନେତ୍ରୀ ଜରିନଙ୍କ ଜନ୍ମ ଦିନ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଜଣା ଅଜଣା କଥା ।

bollywoodhungama
0 38

ବଲିଉଡ ଅଭିନେତ୍ରୀ ଜରିନ ଖାନ ଆଜି ଦିନରେ ୧୯୮୭ରେ ମୁମ୍ବାଇରେ ଜନ୍ମ ହୋଇଥିଲେ । ପିଲାଟି ଦିନରୁ ଜରିନଙ୍କ ପିତାମାତାଙ୍କ ମଧ୍ୟରେ ବିଚ୍ଛେଦ ହୋଇଯାଇଥିଲା, କାରଣ ତାଙ୍କ ବାପା ଝିଅମାନଙ୍କର ଦାୟିତ୍ୱ ବହନ କରିବା ପାଇଁ ମନା କରିଦେଇଥିଲେ । ଅନେକ ଫିଲ୍ମରେ ବୋଲ୍ଡ ସିନ ଦେଇଥିବା ଜରିନ ପିଲା ଦିନରୁ ଖୁବ କ୍ୟୁଟ ଥିଲେ । ଆସନ୍ତୁ ଆଜି ତାଙ୍କ ଜନ୍ମ ଦିନରେ ତାଙ୍କ ବିଷୟରେ ଜାଣିବା କିଛି ନିଆରା କଥା ।

ଏହି ଅଭିନେତ୍ରୀ ବର୍ତ୍ତମାନ ସ୍ଲିମ ଦିଶୁଛନ୍ତି ମାତ୍ର ତାଙ୍କ କଲେଜ ସମୟରେ ସେ ଖୁବ ମୋଟା ଥିଲେ । ତାଙ୍କର ଓଜନ ୧୦୦କିଲୋ ପାଖାପାଖି ଥିଲା । ମାତ୍ର ଫିଲ୍ମ କାରଣରୁ ସେ ତାଙ୍କ ଟଜନ ୫୭କିଲୋ କରିନେଇଛନ୍ତି । ବଲିଉଡରେ ଏହିଭଳି ଅନେକ ଅଭିନେତ୍ରୀ ଅଛନ୍ତି । ଯେ ନିଜର ଲୁକ ପାଇଁ ଓଜନ କମାଇଛନ୍ତି ।

ଜରିନ ଖାନଙ୍କର ସ୍ୱପ୍ନ ଥିଲା ସେ ଜଣେ ଭଲ ଡାକ୍ତର ହେବେ ମାତ୍ର ଘରର ଆର୍ଥିକ ସମସ୍ୟା ତାଙ୍କୁ ଫିଲ୍ମ ଜଗତକୁ ଟାଣି ଆଣିଥିଲା । ଏହାପୂର୍ବରୁ ସେ ଫିଲ୍ମରେ ଅଭିନୟ କରିବେ ବୋଲି କୌଣସି ସ୍ୱପ୍ନ ଦେଖି ନଥିଲେ ।ଦବଙ୍ଗ ଖାନ ଜରିନ ଖାନଙ୍କୁ ଫିଲ୍ମ ଯୁବରାଜ ସେଟରେ ଦେଖିଥିଲେ ସେହି ସମୟରୁ ହିଁ ସେ ଜରିନଙ୍କୁ ତାଙ୍କ ଆଗାମୀ ଫିଲ୍ମରେ କାଷ୍ଟ ବନାଇବା ପାଇଁ ଭାବି ନେଇଥିଲେ । ଏହା ସେ ସମୟରେ କଥା ଯେଉଁ ସମୟରେ ସଲମାନଙ୍କର କାଟ୍ରିନାଙ୍କ ସହ ବ୍ରେକଅପ ହୋଇଥିଲା । ଜରିନଙ୍କ ମୁହଁ କ୍ୟାଟ୍ରିନାଙ୍କ ସହ ମିଶୁଥିବା କାରଣରୁ ସଲମାନ ଜରିନଙ୍କୁ ନିଜ ଫିଲ୍ମ ‘ବୀର’ରେ କାଷ୍ଟ କରିଥିଲେ ।

ଜରିନଙ୍କ ଆଫେୟାର ପୂର୍ବ ପାକିସ୍ତାନ କ୍ରିକେଟର ସାହିଦ ଅଫ୍ରିଦିଙ୍କ ସହ ଥିବା ଶୁଣିବାକୁ ମିଳିଛି । ଏକ ସାକ୍ଷାତକାରରେ ଜରିନ କହିଛନ୍ତି ତାଙ୍କର କ୍ରଶ ସାହିଦ ଆଫ୍ରିଦି, ଏବଂ ଯେବେଠାରୁ ସାହିଦ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ସେବେଠାରୁ ସେ ସାହିଦଙ୍କୁ ପସନ୍ଦ କରୁଥିଲେ । ଖାସକରି ସେ ସାହିଦଙ୍କ ଲୁକ୍ସ ଏବଂ ହେୟାର ଷ୍ଟାଇଲ ଉପରେ ଆକର୍ଷିତ ଅଟନ୍ତି ।

veer-2009-360x270

ଜରିନ ହେଟ ଷ୍ଟୋରୀ୩ରେ କାମ କରିବା ପାଇଁ ଚାହୁଁ ନଥିଲେ ମାତ୍ର ସେ ତାଙ୍କ ମା’ଙ୍କ କହିବା କାରଣରୁ ଅଭିନୟ କରିଥିଲେ । ଖବର ମୁତାବକ, ଜରିନ ଖାନ ଭିଡକୁ ପସନ୍ଦ କରନ୍ତି ନାହିଁ । ତାଙ୍କୁ ଡର ଥାଏ କି ଭିଡରେ କାଳେ କିଏ ତାଙ୍କୁ ଛୁଇଁ ଦେବ ।ଖାସ କଥା ହେଉଛି ଜରିନ ତାଙ୍କ ସଫଳତାର ଶ୍ରେୟ ସଲମାନଙ୍କୁ ଦିଅନ୍ତି , କାରଣ ସଲମାନଙ୍କ କାରଣରୁ ସେ ବଲିଉଡ ଜଗତକୁ ଆସିଥିଲେ ଏବଂ ଫିଲ୍ମ ବୀର କାରଣରୁ ସମସ୍ତେ ତାଙ୍କୁ ଚିହ୍ନିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More