Only for Entertainment

‘ଜିନ୍ଦେଗୀ ଏକ ମହକ’ ଫେମ ଅଭିନେତ୍ରୀଙ୍କୁ ଥାପଡ ମାରିଲେ ଏହି ଆକ୍ଟରଙ୍କ ପତ୍ନୀ ।

zee5
0 50

ଜି ଟିଭିର ଫେମସ ଶୋ’ ‘ଜିନ୍ଦେଗୀ ଏକ ମହକ’ରେ ଲିଡ ରୋଲରେ ନଜର ଆସୁଥିବା କରଣ ବୋହରା ଏବଂ ସମୀକ୍ଷା ଜୟସୱାଲ ପରସ୍ପରର ନିକଟତର ହୋଉଥିବା ଖବର ଆସିଛି । ଏହା ସହିତ ଚର୍ଚ୍ଚା ହେଉଛି ଯେ ଏହି କାରଣରୁ କରଣଙ୍କ ପତ୍ନୀ ଏବଂ ସମୀକ୍ଷାଙ୍କ ମଧ୍ୟରେ ଝଗଡା ହୋଇଯାଇଛି ।

ଖବର ଅନୁସାରେ କରଣଙ୍କ ପତ୍ନୀ ବେଲା ବୋରା ସେଟରେ ଉପସ୍ଥିତ ଥିଲେ । ସେଟରେ ଦୁହେଁ ନିକଟତର ହେବା ତାଙ୍କୁ ଭଲ ଲାଗିନଥିଲା । ସେ ସେଟରେ ହିଁ ସମୀକ୍ଷାଙ୍କୁ ଚାପୁଡା ମାରିଥିଲେ । ଏହାପରେ ସମୀକ୍ଷା କୌଣସି ପ୍ରତିକ୍ରିୟା ନଦେଇ ସେଠାରୁ ପଳାଇଥିଲେ ।

mehek

ଖବର ଅନୁସାରେ କରଣ ବିବାହିତ ଜାଣି ବି ସମୀକ୍ଷା ଖୋଲାଖୋଲି ଭାବେ କରଣଙ୍କୁ ପସନ୍ଦ କରନ୍ତି ବୋଲି କହିଥିଲେ । ତେବେ ଏହାକୁ କରଣଙ୍କ ପତ୍ନୀ ହଜମ କରିପାରିନାହାଁନ୍ତି । ଏହି ବଷୟରେ ସମୀକ୍ଷାଙ୍କୁ ପଚରା ଯିବାରୁ ସେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ସେଟରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଏପରି ମିଛ ଖବର ପ୍ରସାର କରୁଛନ୍ତି । ସେମାନେ ମୋ ସଫଳତାରେ ଇର୍ଷା କରୁଛନ୍ତି । ଏବଂ ମୋ ସମ୍ମାନକୁ ତଳକୁ କରିବା ପାଇଁ ଏହି ମିଥ୍ୟା ଖବର ପ୍ରସାର କରୁଛନ୍ତି ।

mahak

ଏହା ବ୍ୟତୀତ କରଣଙ୍କୁ ଏହି ବିଷୟରେ ପଚରା ଯିବାରୁ ସେ କହିଥିଲେ ଏପରି ଖବର ପ୍ରଚାର କରିବ ପାଇଁ କାହା ପାଖରେ ସମୟ ଅଛି ମୁଁ ଜାଣି ପାରୁନାହିଁ । ଭଗବାନ ସେମାନଙ୍କୁ ଭଲ ବୁଦ୍ଧି ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More