Only for Entertainment

ଫିଲ୍ମ ଜିରୋ ପ୍ରମୋସ୍ନାଲ୍ ଗୀତ ଇଶକବାଜିର ମେକିଂ ଭିଡିଓ ରିଲିଜ !

21

ଗତ ଶୁକ୍ରବାର ପରଦାକୁ ଆସିଛି ଶାହରୁଖ୍ ଖାନ୍, କ୍ୟାଟ୍ରିନା କୈଫ୍ ଓ ଅନୁଷ୍କା ଶର୍ମାଙ୍କ ଅଭିନୀତ ଫିଲ୍ମ ଜିରୋ । ସିନେମାଟି ବକ୍ସ ଅଫିସରେ ବେଶ୍ କିଛି କମାଲ୍ ଦେଖାଇ ପାରି ନାହିଁ । ହେଲେ ସିନେମାର ଗୀତ ସବୁ ରିଲିଜ୍ ପୂର୍ବରୁ ହିଁ ହିଟ୍ ହୋଇ ସାରିଛି । ଖାସକରି ଫିଲ୍ମରେ ସ୍ଥାନ ପାଇଥିବା ପ୍ରମୋସନାଲ୍ ଗୀତ ଇଶକବାଜିକୁ ଦର୍ଶକ ଢେର୍ ପସନ୍ଦ କରିଛନ୍ତି । କାରଣ ଏହି ଗୀତରେ କିଙ୍ଗ ଖାଙ୍କ ସହ ଦବଙ୍ଗ ଖାନ୍ ବି ଦେଖାଇଥିଲେ ନିଜ ଜଲୱା । ଏବେ ଏହି ଗୀତର ମେକିଂ ଭିଡିଓ ରିଲିଜ୍ ହୋଇଛି ।

ସଲମାନ୍ ଓ ଶାହରୁଖଙ୍କ ଯୁଗଲବନ୍ଦୀ । ମନଜିଣିଛି ଦର୍ଶକଙ୍କର । ଚଳଚ୍ଚିତ୍ର ଜିରୋରେ ସ୍ଥାନ ପାଇଥିବା ପ୍ରମୋସ୍ନାଲ୍ ଗୀତ ଇଶକବାଜିରେ ଦେଖିବାକୁ ମିଳିଛି କିଛି ଏହି ପରି ଦୋସ୍ତାନା । ଏବେ ଏହାର ମେକିଂ ଭିଡିଓ ରିଲିଜ୍ ହୋଇଛି । ଦେଖନ୍ତୁ କିପରି ସଲମାନ୍ ଓ ଶାହରୁଖ୍ ଏହି ଗୀତପାଇଁ ସୁଟ୍ କରିଛନ୍ତି । ଶାହରୁଖ୍ ବାମନ ରୋଲ୍ ପ୍ଲେ କରୁଥିବାରୁ ତାଙ୍କୁ ତଳେ ଠିଆ କରି ସଲମାନ୍ ଓ ବାକି ଡ୍ୟାନ୍ସର୍ ମଂଚ ଉପରେ ରହି କରୁଛନ୍ତି ଡ୍ୟାନ୍ସ । ଯାହା କ୍ୟାମେରାରେ ଶାହରୁଖଙ୍କୁ ବାମନ ଭାବେ ପ୍ରେଜେଂଟ୍ କରିଛି । ଏହି ଡବରଦସ୍ତ ଡ୍ୟାନ୍ସ ଗୀତର କୋରିଓଗ୍ରାଫି କରିଛନ୍ତି ଗଣେଷ ଆଚାର୍ଯ୍ୟ । ଏହି ଗୀତଟି ଶାହରୁଖଙ୍କ ପାଇଁ ବେଶ ଖାସ୍ ଥିବା କିଙ୍ଗଖାନ୍ ବି କହିଛନ୍ତି ।

ସଲମାନ୍ ଓ ଶାହରୁଖ୍, ଦିନ ଥିଲା ଦୁହିଁଙ୍କ ଭିତରେ ସୃଷ୍ଟି ହୋଇଥିଲା ଫାଟ । ଆଉ ବର୍ଷ ବର୍ଷ ଧରି ପରସ୍ପର ମୁହଁକୁ ଚାହୁଁ ବି ନଥିଲେ ଏମାନେ । ହେଲେ ଏବେ ସବୁ ରାଗ – ରୋଷକୁ ଭୁଲି ବନ୍ଧୁତ୍ୱକୁ ସ୍ୱିକାର କରିଛନ୍ତି ବଲିଉଡ୍ କରଣ୍ – ଅର୍ଜୁନ୍ । ଆଉ ଏମାନଙ୍କ ଏହି ୟୁନିକ୍ ଫ୍ରେଣ୍ଡସିପ୍ ଦେଖିବାକୁ ମିଳିଛି ଇଶକ୍ବାଜି ସୁଟିଂ ଲୋକେସନରେ । ଗୀତଟି ସିନେମା ପାଇଁ ପ୍ଲସ୍ ପଏଁଟ୍ ସାବ୍ୟସ୍ତ ହୋଇଛି । ଅଜୟ – ଅତୁଲଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ୍ କରିଛନ୍ତି ଶୁଖୱିନ୍ଦର୍ ସିଂ ଓ ଦିବ୍ୟା କୁମାର୍ । ଆଉ ଗୀତ ରଚନା କରିଛନ୍ତି ଇରସାଦ୍ କାମଲି । ଗୀତଟି ଅଲରେଡି ସୁପର୍ହିଟ୍ ହୋଇ ପାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More