Only for Entertainment

Zero vs KGF Box Office: ଶାହରୁଖ ଖାନଙ୍କ ଫିଲ୍ମ ‘ଜିରୋ’ କୁ ମାତ ଦେଇପାରେ ଏହି କନ୍ନଡ ଫିଲ୍ମ !

MyNation
24

ସୁପରଷ୍ଟାର ଶାହରୁଖ ଖାନ, କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା ଷ୍ଟାରର ଫିଲ୍ମ ଜିରୋ ସହିତ ବକ୍ସ ଅଫିସରେ କନ୍ନଡ ଫିଲ୍ମ କେଜିଏଫ ମଧ୍ୟ ରିଲିଜ ହୋଇଛି । ବକ୍ସ ଅଫିସରେ ଏହି ଫିଲ୍ମ ଜିରୋକୁ କଡା ଟକ୍କର ଦେବ ବୋଲି ଆଶା କରାଯାଉଛି । ୨ ଘଣ୍ଟା ୫୦ ମିନିଟର ଏହି ଫିଲ୍ମର ପ୍ରଥମ ଚାପ୍ଟର ଏବେ ପରଦାରେ ରିଲିଜ ହୋଇସାରିଛି ।

ଦୁଇଟି ଫିଲ୍ମର ଭିନ୍ନ ଭିନ୍ନ ଟାରଗେଟ ଅଡିଆନ୍ସ ଅଛନ୍ତି ତେଣୁ ଦୁଇଟି ଯାକ ଫିଲ୍ମ ପରସ୍ପରର ବିଜନେସକୁ ଖାସ ପ୍ରଭାବିତ କରିବ ନାହିଁ । ସ୍କ୍ରିନ୍ସ ବିଷୟରେ କହିବାକୁ ଗଲେ କେଜିଏଫ ମାତ୍ର ୨୪୬୦ଟି ସ୍କ୍ରିନ୍ସରେ ରିଲିଜ ହୋଇଥିବା ବେଳେ ଶାହରୁଖ ଖାନଙ୍କ ଫିଲ୍ମ ‘ଜିରୋ’ ପାକାପାଖି ୬୦୦୦ ସ୍କ୍ରିନ୍ସରେ ରିଲିଜ ହୋଇଛି । ସ୍କ୍ରିନ୍ସକୁ ଦେଖିଲେ କେଜିଏଫ ଉପରେ ଜିରୋ ଭାରି ପଡିପାରେ ।


ଷ୍ଟାରକାଷ୍ଟଙ୍କ ବିଷୟରେ କହିବାକୁ ଗଲେ ଜିରୋରେ ଇଣ୍ଟରନ୍ୟାସନାଲ ଷ୍ଟାର ଶାହର୍ରୁଖ ଖାନ, କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା ଏକା ସହିତ ସ୍କ୍ରିନକୁ ଫେରିଛନ୍ତି । ଅନ୍ୟପକ୍ଷରେ କେଜିଏଫରେ ୟଶ, ରମ୍ୟା କୃଷ୍ଣନ ଏବଂ ଶ୍ରୀନିଧି ଶେଟ୍ଟୀ ନଜର ଆସିଛନ୍ତି । ଏହି ଷ୍ଟାରର୍ସଙ୍କ ନିଜର ଫ୍ୟାନ ଫଲୋଇଙ୍ଗ ଅଛନ୍ତି । କିନ୍ତୁ ଦୁଇଟି ଫିଲ୍ମକୁ ତୁଳନା କଲେ ଜିରୋରେ ଶାହରୁଖ ବାଜି ମାରି ନେବେ ।


୨୦୦ କେଟିର ବଜେଟରେ ନିର୍ମିତ ଜିରୋ ପ୍ରଥମ ଦିନରେ ମାତ୍ର ୧୫ କୋଟି ଆୟ କରି ଥିବା ବେଳେ ୮୦ କେଟି ବ୍ୟୟରେ ର୍ନିିତ ଫିଲ୍ମ କେକଜିଏଫ ପ୍ରଥମ ଦିନରେ ୮ କୋଟି ବ୍ୟବୟାସ କରିପାରିଛି । ତେବେ ଶାହରୁଖ ଖାନଙ୍କ ଫିଲ୍ମକୁ ଖରାପ ରିଭ୍ୟୁ ମିଳିଥିବା ବେଳେ କେଜିଏଫର ରିଭ୍ୟୁ ଭଲ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More