Only for Entertainment

ରିଲିଜ ପୂର୍ବରୁ ଭାଇରାଲ ହେଲା ଶାହାରୁଖଙ୍କ ‘ଜିରୋ’ ଫିଲ୍ମର ଡ୍ୟାନ୍ସ ଭିଡ଼ିଓ ।

aajtak
0 44

ଫିଲ୍ମ ଜିରୋରେ ଶାହାରୁଖ ଜଣେ ବାମନ ଚରିତ୍ରରେ ଅଭିନୟ କରୁଛନ୍ତି । ଯାହାର ଝଲକ ଫିଲ୍ମ ‘ଜିରୋ’ର ଟ୍ରେଲରରେ ନଜର ଆସିଥିଲା । ଫିଲ୍ମ ପଛର ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଶାହାରୁଖ ଖାନ କୋରିଓଗ୍ରାଫରଙ୍କ ସହିତ ୧୯୬୫ରେ ରିଲିଜ ହୋଇଥିବା ‘ଜବ ଜବ ଫୁଲ ଖିଲେ’ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛି ।

ଶଶି କପୁରଙ୍କ ହିଟ ଡ୍ୟାନ୍ସ ନମ୍ବରରେ ଶାହାରୁଖଙ୍କ ଡ୍ୟାନ୍ସ ନିହାତି ଭାବରେ ଏକ ସରପ୍ରାଇଜ । ଫିଲ୍ମରେ ଶାହାରୁଖଙ୍କ ସହିତ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ ମଧ୍ୟ ନଜର ଆସିବେ ।

ଶାହାରୁଖ ଖାନ ଏବେ ଆମେରିକାରେ ଏହି ଫିଲ୍ମର ସୁଟିଂ କରୁଛନ୍ତି । ନିର୍ଦ୍ଦେଶକ ଆନନ୍ଦ ଏଲ ଏବଂ ଅନୁଷ୍କା ଶର୍ମା ମଧ୍ୟ ସେଠାରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More