Only for Entertainment

ରିଲିଜ ହେଲା ଫିଲ୍ମ ‘ଧଡକ’ର ଦ୍ୱିତୀୟ ଗୀତ ‘ଝିଙ୍ଗାଟ’, ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଲେ ଜାହ୍ନବୀ-ଇଶାନ ।

zee news
0 39

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଏବଂ ଇଶାନ ଖଟ୍ଟରଙ୍କ ଅଭିନୀତ ଫିଲ୍ମ ‘ଧଡକ’ର ଦ୍ୱିତୀୟ ‘ଝିଙ୍ଗାଟ’ ରିଲିଜ ହୋଇସାରିଛି । ଧର୍ମା ପ୍ରଡକ୍ସନର ଏହି ଫିଲ୍ମ ମରାଠୀ ସୁପରହିଟ ଫିଲ୍ମ ‘ସୈରାଟ’ ର ହିନ୍ଦୀ ରିମେକ । ‘ସୈରାଟ’ର ପପୁଲାର ଗୀତ ‘ଝିଙ୍ଗାଟ’କୁ ‘ଧଡକ’ରେ ରିକ୍ରିଏଟ କରାଯାଇଛି । ଗୀତକୁ ଓରିଜିନାଲ ଗୀତ ପରି ଅବିକଳ ଭାବେ ଦେଖିବାକୁ ମିଳିଛି । ଗୀତରେ ସମସ୍ତ ଖୁସିରେ ନାଚୁଥିବାର ଦେଖିବାକୁ ମିଳିଛି । ସେହିପରି ଜାହ୍ନବୀ ଘରର ବଲକୋନୀରେ ନାଚୁଥିବାର ନଜର ଆସିଛନ୍ତି । ଦୁଇ ଷ୍ଟାର ଇଶାନ ଏବଂ ଜାହ୍ନବୀଙ୍କୁ ଆଖିରେ ଆଖିରେ ଇସାରା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଗୀତର ଶେଷରେ ଦୁହେଁ ଲିପ ଲକ କରୁଥିବାର ନଜର ଆସିଛନ୍ତି ।

ଦେଖନ୍ତୁ-

ଏହା ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ପ୍ରଥମ ଗୀତକୁ ରିଲିଜ କରାଯାଇଥିଲା । ଦର୍ଶକ ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଫିଲ୍ମ ୨୦ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More