Only for Entertainment

କେବେ କେବେ ଘର ଖାଦ୍ୟ ମଧ୍ୟ ଖାଇ ନେବା ଦରକାର, ଜୋମାଟୋର ଏହି ଟ୍ୱିଟ ପରେ ହେଲା କିଛି ଏଭଳି…

ndtv
76

ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋର ଏକ ମଜାଦାର ଟ୍ୱିଟ ଏବେ ଚର୍ଚ୍ଚାରେ ରହିଛି । ନିକଟରେ ଜୋମାଟୋ ଏକ ଟ୍ୱିଟ କରିଥିଲା ଏହାକୁ ଦେଖିବା ପରେ ଲୋକେ ଏହାକୁ ନେଇ ହସିବା ସହିତ କମେଣ୍ଟ ମଧ୍ୟ କରିବାରେ ଲାଗିଛନ୍ତି ।

ଅସଲରେ ଜୋମାଟୋ ଟ୍ୱିଟ କରି ନିଜ ଗ୍ରାହକମାନଙ୍କୁ କହିଥିଲା ପରିବର୍ତ୍ତନ ପାଇଁ ଆପଣ ବେଳେବେଳେ ଘର ଖାଦ୍ୟ ଖାଇନେବା ଦରକାର । ଫୁଡ ଡେଲିଭରୀ ଆପର ଏ ହି ଟ୍ୱିଟ ଦେଖିବା ପରେ ଲୋକେ ଏହାକୁ ନେଇ କମେଣ୍ଟ କରିବାରେ ଲାଗିଛନ୍ତି । ଏପରି କି ଜୋମାଟୋର ଏହି ଟ୍ୱିଟକୁ ନେଇ ଅନେକ ବ୍ରାଣ୍ଡ ଏହାର କପି କରି ଟ୍ୱିଟ ମଧ୍ୟ କରିଛନ୍ତି ।

ଜୋମାଟୋର ଏହି ଟ୍ୱିଟକୁ ଏପର୍ଯ୍ୟନ୍ତ ୧୯ ହଜାରରୁ ଅଧିକ ଲାଇକ ମିଳିସାରିଛି । ଏହି ଟ୍ୱିଟକୁ ନେଇ କେବଳ ଲୋକେ ନୁହଁନ୍ତି ଅନ୍ୟ ବ୍ରାଣ୍ଡ ମଧ୍ୟ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

ଦେଖନ୍ତୁ ଟ୍ୱିଟ-

ଅନ୍ୟ ବ୍ରାଣ୍ଡମାନେ ଜୋମାଟୋର ଏହି ଟ୍ୱିଟକୁ ନେଇ କମ୍ପେଣ୍ଟ କରୁଥିବା ବେଳେ ଶେଷରେ ଜୋମାଟୋ ଯେଉଁ ଉତ୍ତର ଦେଇଛି ତାହା ସମସ୍ତଙ୍କର ମୁହଁ ବନ୍ଦ କରିଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More