Only for Entertainment

ରିଲିଜ ହେଲା ଫିଲ୍ମ ଦ ଜୋୟା ଫ୍ୟାକ୍ଟର ରୋମାଟିଂକ ମେଲୋଡି ସଙ୍ଗ କାଶ୍

33

ରିଲିଜ ଅପେକ୍ଷାରେ ଡ୍ରାମା-କମ ରୋମାଟିଂକ ଫିଲ୍ମ ଦ ଜୋୟା ଫ୍ୟାକ୍ଟର । ଏବେ ରିଲିଜ ହୋଇଛି ଫିଲ୍ମର ରୋମାଟିଂକ ମେଲୋଡି ସଙ୍ଗ । ଫିଲ୍ମର ଲିଡଷ୍ଟାର ସୋନମ କପୁର ଓ ଦଲକିର ସଲମାନଙ୍କ ରୋମାନ୍ସ । ଗୀତକୁ ସୋନମ ନିଜ ଟୁଇଟର ପେଜରେ ସେୟାର କରିବା ସହ ଫ୍ୟାନଙ୍କ ପାଇଁ ଏକ କ୍ୟାପସନ ଲେଖି ନିଜ ମନ କଥା କହିଛନ୍ତି । ମନସୁନ ସମୟରେ ଏହି ରୋମାଟିଂକ ଗୀତ ଆପଣଙ୍କ ମନ ଛୁଇଁବ ବୋଲି ସୋନମ କହିଛନ୍ତି ।

ଗୀତର ଟାଇଟେଲ ଖାସ ରହିଥିବାବେଳେ ଏଥିରେ ଶୁଣିବାକୁ ମିଳିଛି ଅରିଜିତ ସିଂ ଓ ଆଲି ମାନ୍ଦୋସାଙ୍କ ଗାୟକୀ । ଫିଲ୍ମର କାହାଣୀ ମଧ୍ୟ ନିଆରା ରହିଛି ୧୯୮୩ ମସିହା ଭାରତ, କ୍ରିକେଟ୍ରେ ପ୍ରଥମ ବିଶ୍ୱକପ୍ ବିଜୟୀ ହେବା ଦିନ ଜନ୍ମ ହୋଇଥାଏ ଜୋୟା’ର । ଯାହା ପାଇଁ ତାକୁ ଲକି ବୋଲି ଭାବନ୍ତି ଜୋୟାଙ୍କ ପରିବାର ଲୋକେ । ହେଲେ ବଡ ହେବା ସହ ଜୋୟାର ଜୀବନ କିନ୍ତୁ ହୋଇଯାଏ ପୁରା ଅନ୍ ଲକି । ହେଲେ ଯେତେବେଳେ ସେ ଭାରତୀୟ କ୍ରିକେଟ୍ ଦଳ ସହ କାମ କରେ ସେତେବେଳେ ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ସେ ସାବ୍ୟସ୍ତ ହୁଏ ଲକି । ଏହିପରି ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ଦ ଜୋୟା ଫ୍ୟାକ୍ଟର୍’ରେ ଜୋୟା ଚରିତ୍ରରେ ଅଭିନେତ୍ରୀ ସୋନମ୍ କପୁରଙ୍କୁ ଦେଖିବାକୁ ମିଳିବ ।

ସେହିପରି ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ନିଖିଲ୍ ଖୋଡା ଚରିତ୍ରରେ ନଜର ଆସିବେ ଅଭିନେତା ଦଲକିର୍ ସଲମାନ୍ । ଏମାନଙ୍କ ବ୍ୟତୀତ ସଂଜୟ କପୁର୍, ସିକନ୍ଦର୍ ଖେର୍, ଅଙ୍ଗଦ ବେଦି, ମନୁ ରିଷି ଆଦି କଳାକାରଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଫକ୍ସ ଷ୍ଟାର୍ ଷ୍ଟୁଡିଓଜ୍ ବ୍ୟାନରରେ ନିର୍ମାଣ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ କପୁର୍ । ୨୦ ସେପ୍ଟେମ୍ବରରେ ପରଦାକୁ ଆସିବ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର୍’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More