Only for Entertainment

ଜଳାଭାବରେ ଶରୀରରେ ଏହି ସବୁ ଲକ୍ଷଣ ଦେଖାଯାଏ ।

lifehack
0 45

ଶରୀର ଅସୁସ୍ଥ ହେବା ଏକ ସାଧାରଣ କଥା । କାରଣ ଖାଦ୍ୟ ଏବଂ ଜଳର ଛୋଟ ଛୋଟ ଅସୁବିଧାରେ ମଧ୍ୟ ଶରୀର ଅସୁସ୍ଥ ହୋଇଯାଏ । କିନ୍ତୁ ଛୋଟ ଛୋଟ ସମସ୍ୟାକୁ ଆମେ ନଜର ଅନ୍ଦାଜ କରିଥାଉ । ଯାହା ଦ୍ୱାରା ବିରାଟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସମୟେ ସମୟେ ଆମେ କେତେକ ରୋଗକୁ ଜାଣିପାରୁ ଏବଂ ଆଉ କେବେ କେବେ ଜାଣିପାରି ନଥାଉ । ଶରୀରରେ ଜଳର ଅଭାବ ହେଲେ ଛୋଟ ଛୋଟ ବିଭିନ୍ନ ସମସ୍ୟା ଦେଖାଯାଏ । ତେବେ ଶରୀରରେ ଜଳର ଅଭାବ କେଉଁ ଲକ୍ଷଣରୁ ଜାଣିହେବ,ଆସନ୍ତୁ ଆଲୋଚନା କରିବା ।

ମୁଣ୍ଡ ବିନ୍ଧା-ଜଳର ଅଭାବ ହେଲେ ଶରୀରରେ ଅମ୍ଳଜାନ ଏବଂ ରକ୍ତପ୍ରବାହ କମ ହୋଇଯାଏ । ଯାହା ଦ୍ୱାରା ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଏ । ଯଦି କେବେ ବିନା କାରଣରେ ମୁଣ୍ଡବିନ୍ଧା ହୋଇଥାଏ, ତେବେ ବୁଝିନେବେଯେ ଶରୀରରେ ଜଳର ଅଭାବ ରହିଛି ।

ଭୁଲିଯିବା- ଜଳାଭାବ ହେବା ସାମାନ୍ୟ କଥା ନୁହେଁ । ମସ୍ତଷ୍କରେ ଜଳର ଅଭାବ ହେବା ଦ୍ୱାରା ଭାବିବା ଏବଂ ମନେ ପକାଇବା ଭଳି କଥା ଉପରେ ପ୍ରଭାବ ପଡ଼ିଥାଏ । କିଛି କିଛି କଥା ହଠାତ ମନେ ପଡ଼େ ନାହିଁ ।

କ୍ଲାନ୍ତ-ସକାଳେ ଉଠିବା ସମୟରେ କିମ୍ବା କିଛି କାମ କରିବା ସମୟରେ ଯଦି କ୍ଲାନ୍ତ ଅନୁଭବ ହୁଏ ତେବେ ଜାଣିପାରିବେଯେ ଜଳର ଅଭାବରେ ଏପରି ହେଉଛି ।

ତ୍ୱଚା ସମସ୍ୟା- ଶରୀରରେ ଜଳର ଅଭାବ ହେଲେ ତ୍ୱଚା ଶୁଷ୍କ ଏବଂ ରୁଖା ଦେଖାଯାଏ । ତେଣୁ ୧୦ରୁ ୧୨ ଗ୍ଲାସ ଜଳପାନ କରିବା ଉଚିତ ।

କୋଷ୍ଠ କାଠିନ୍ୟ- ଜଳର ଅଭାବ ହେଲେ ଏହି ସମସ୍ୟା ଦେଖାଯାଏ ।ତେବେ ଏସବୁରୁ ବଂଚିବା ପାଇଁ ଦିନକୁ ୪ରୁ ୫ଲିଟର ଜଳ ପିଇବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More