Only for Entertainment

‘ଦୀପିକା ଫ୍ୟାନ କ୍ଲବ’ର ଏକ ନିଆରା ପ୍ରୟାସ

YouTube
0 32

ନିକଟରେ ଦୀପିକା ପାଦୁକୋଣ ପାଳନ କରିଥିଲେ, ନିଜର ବତିଶତମ ଜନ୍ମ ଦିନ। ଏହି ଶୁଭ ଦିନ ଅବସରରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ବଧାଇ ଜଣାଇବା, ଏକ ନୂଆ କଥା ହୋଇ ନ ପାରେ। ସେ ସଫଳତାର ଶୀର୍ଷରେ। ତାଙ୍କର ଅନେକ ପ୍ରଶଂସକ। ଦେଶ-ବିଦେଶରେ ତାଙ୍କର ଅନେକ ଫ୍ୟାନ୍‌ କ୍ଲବ୍‌। ଏ ଭଳି ଗୋଟିଏ ସଂଘ ହେଉଛି ‘ବାଂଲାଦେଶୀ ଅରବୀ ଫ୍ୟାନ୍‌ କ୍ଲବ୍‌’। ସଂଘଟି ରହିଛି ବାଲାଂଦେଶରେ। ଏ ବର୍ଷ ଏହି ଫ୍ୟାନ୍‌ କ୍ଲବ୍‌ର ସଦସ୍ୟମାନେ ଦୀପିକାଙ୍କ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ଏକ ନୂଆ ପ୍ରକଳ୍ପ ଆରମ୍ଭ କରିଛନ୍ତି।

fan club

ବାଂଲାଦେଶ ଅନ୍ତର୍ଗତ ଗାଁ-ଗଣ୍ଡା ଯେଉଁଠି ପାନୀୟ ଜଳର ଅଭାବ, ସେସବୁ ସ୍ଥାନରେ ଦୀପିକାଙ୍କ ନାମରେ ନଳ କୂପ ବସାଯାଉଛି। ଚଳିତ ବର୍ଷ ଏକ ହଜାର ନଳ କୂପ ବସାଇବାକୁ ତାଙ୍କ ପ୍ରଶଂସକମାନେ ଲକ୍ଷ୍ୟ ରଖିଛନ୍ତି। ଜନ୍ମ ଦିନ ଅବସରରେ ଏ ଭଳି ବିରଳ ଉପହାରର ଖବର ପାଇ ଦୀପିକାଙ୍କ ଛାତି କୁଣ୍ଢେମୋଟ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More