Only for Entertainment

ବାଜପେୟୀଙ୍କ ଗୋଟିଏ ନିଷ୍ପତ୍ତିରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦି ।

aajtak
0 52

ବିଜେପିର ସତ୍ତାକୁ ଶୂନ୍ୟରୁ ଶୀଖରକୁ ପହଂଚାଇଥିବା ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦଳରେ ନେତାଙ୍କର ଗୋଟିଏ ପିଢି ପ୍ରସ୍ତୁତ କରିଛନ୍ତି । ଏହି କାରଣରୁ ଆଜି ବିଜେପି କେନ୍ଦ୍ର ସହିତ ଅନ୍ୟ ୨୦ଟି ରାଜ୍ୟରେ ସତ୍ତା ପାଇଛି । ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ପରେ ପିଏମ ମୋଦି କେବେ ମଧ୍ୟ କୌଣସି ଭାଷଣରେ ଅଟଳ ବିହାରୀ ବାଜପେୟୀଙ୍କ କଥା କହିବାକୁ ଭୁଲନ୍ତି ନାହିଁ । ବାସ୍ତବରେ ଦୁଇ ନେତାଙ୍କର ପୂର୍ବରୁ ଗଭୀର ସଂପର୍କ ମଧ୍ୟ ରହିଛି । ସେ ଅଟଳ ବିହାରୀ ବାଜପେୟୀ ଥିଲେ ଯାହାଙ୍କ ନିଷ୍ପତ୍ତିରେ ଆଜି ପିଏମ ମୋଦି ସତ୍ତାର ଶୀଖରର ରାସ୍ତା ପ୍ରସ୍ତୁତ କରି ସଫଳ ହୋଇଛନ୍ତି ।

୧୯୯୫ରେ ଗୁଜୁରାଟରେ ବିଜେପି ପୂର୍ଣ୍ଣ ବହୁମତର ସରକାର ପ୍ରସ୍ତୁତ କଲେ । ସଙ୍କର ସିଂ ବାଘେଲା ଏବଂ ନରେନ୍ଦ୍ର ମୋଦିଙ୍କୁ ସାଇଡ କରି କିଶୁଭାଇ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା । ନରେନ୍ଦ୍ର ମୋଦିଙ୍କୁ ଦଳର କାମ ଦେଖାରେଖା ପାଇଁ ଦିଲ୍ଲୀ ଡକାଗଲା ।

୧୯୯୮ରେ ଗୁଜୁରାଟରେ ମଧ୍ୟବର୍ତ୍ତୀ ନିର୍ବାଚନରେ ପୁଣିଥରେ ବିଜେପି ସତ୍ତାକୁ ଆସିଲା । କିନ୍ତୁ ପୁଣିଥରେ ମୋଦିଙ୍କୁ କେନ୍ଦ୍ରୀୟ କାମରେ ଯୋଡ଼ି ରଖାଗଲା ଏବଂ କିଶୁଭାଇ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଲେ । ଏହାପରେ ୨୬ ଜାନୁୟାରୀ ୨୦୦୧ ଭୂକମ୍ପରେ ଗୁଜୁରାଟର ସ୍ଥିତି ବଳଦିଗଲା । ବହୁ କ୍ଷୟକ୍ଷତି ହେଲା ଏବଂ ରାଜ୍ୟ ସରକାର ସ୍ଥିତି ସମ୍ଭାଳିବାରେ ଅସମର୍ଥ ହେଲେ । ଲୋକଙ୍କ ସରକାରଙ୍କ ପ୍ରତି ନାରାଜ ମନୋଭାବ ଦେଖାଗଲା । ଯାହାର ନମୁନା ୨୦୦୧ରେ ବାଇ ଇଲେକ୍ସନରେ ନଜର ଆସିଲା । ଏହାପରେ କିଶୁଭାଇଙ୍କ ବିରୁଦ୍ଧରେ ସ୍ୱର ଉଠିବାକୁ ଲାଗିଲା । ବାଇ ଇଲେକ୍ସନ ହାର ମଧ୍ୟ ପରିସ୍ଥିତିକୁ କିଶୁଭାଇଙ୍କ ବିରୁଦ୍ଧରେ କରିଦେଲା । ସ୍ୱାସ୍ଥ୍ୟ ସମସ୍ୟା ଅଛି କହି କିଶୁଭାଇ ଇସ୍ତଫା ଦେଇଦେଲେ ।

ମିଡିଆ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ୨୦୦୧ରେ ଏକ ଅନ୍ତିମ ସଂସ୍କାରରେ ଦିଲ୍ଲୀ ଯାଇଥିଲେ । ସେହି ସମୟରେ ତାଙ୍କୁ ପ୍ରଧାନମନ୍ତ୍ରୀ ନିବାସରୁ ଫୋନ ଆସିଲା ଏବଂ ସାକ୍ଷାତ କରିବାକୁ କୁହାଗଲା । ସେହି ସମୟରେ କେନ୍ଦ୍ରରେ ଏନଡିଏ ସରକାର ଥିଲା ଏବଂ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ । ସେହି ଦିନ ବାଜପେୟୀଙ୍କ ସହିତ ସାକ୍ଷାତ କରିବା ପରେ ମୋଦି ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ହେବାପାଇଁ ବାହାରିଗଲେ । ଯାହାପରେ ସେ ୨୦୦୨,୨୦୦୭ ଏବଂ ୨୦୧୨ରେ ଗୁଜୁରାଟରେ ସିଏମ ହେଲେ ଏବଂ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More