Only for Entertainment

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଉଷୁମ ପାଣି, ମିଳିବ ଅନେକ ଫାଇଦା

Life Learned Lessons
65

ସାଧାରଣତଃ ଥଣ୍ଡା ପାଣି ପିଇବା ସମସ୍ତଙ୍କର ପସନ୍ଦ ଥାଏ। କିନ୍ତୁ ଜାଣନ୍ତି କି ଥଣ୍ଡା ପାଣି ଅପେକ୍ଷା ଉଷୁମ ପାଣି ଶରୀରକୁ ଅଧିକ ସୁସ୍ଥ ରଖିଥାଏ। ଉଷୁମ ପାଣି ପିଇଲେ ଶରୀରରୁ ବ୍ୟାକ୍ଟେରିଆ ହ୍ରାସ ପାଇଥାଆନ୍ତି। ତେଣୁ ସକାଳେ ଓ ସନ୍ଧ୍ୟାରେ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତୁ। ଆସନ୍ତୁ ଜାଣିବା ସକାଳ ଅପେକ୍ଷା ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇଲେ କ’ଣ ସବୁ ଶରୀରକୁ ଲାଭ ମିଳିଥାଏ।

ପ୍ରତିଦିନ ରାତିରେ ଉଷୁମ ପାଣି ପିଇବା ଦ୍ୱାରା ଶରୀରରୁ ଅନାବଶ୍ୟକ ଚର୍ବି ହ୍ରାସ ପାଇଥାଏ। କେବଳ ଏତିକି ନୁହେଁ, ପ୍ରତିଦିନ ରାତିରେ ଖାଇ ସାରିବା ପରେ ଅର୍ଥାତ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ପିଇଲେ କିଡନୀ ସମସ୍ୟା ଦୂର ହୋଇଥାଏ। ନିୟମିତ ଉଷୁମ ପାଣିରେ ଗାଧୋଇଲେ ଗଣ୍ଠିଦରଜ କମିଥାଏ।

ସେହିପରି ହୃଦରୋଗୀ ସବୁଦିନ ଉଷୁମପାଣି ପିଇବା ଉଚିତ। ଯଦି ଉଷୁମ ପାଣି ପିଉ ନାହାନ୍ତି ଖୁବ୍‌ଶୀଘ୍ର ଏହି ଅଭ୍ୟାସ ଆରମ୍ଭ କରି ଦିଅନ୍ତୁ। ଏପରି କଲେ ରକ୍ତଚାପ ନିୟନ୍ତ୍ରଣରେ ରହିବା ସହିତ ହୃଦଘାତ ଆଶଙ୍କା କମ୍‌ ରହିଥାଏ।

ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ନିୟମିତ ଭାବେ ପିଇଲେ ହଜମ ପ୍ରକ୍ରିୟା ଠିକ୍‌ ହୋଇଥାଏ। ଫଳରେ କୋଷ୍ଠ୍ୟ କାଠିନ୍ୟ ସମସ୍ୟା ଦୂର ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More