Only for Entertainment

୪ ମହଲାରୁ ଖସିପଡ଼ିଲା ୧୪ ମାସର ଶିଶୁ, ଗଛରେ ଲାଖି ବଞ୍ଚିଗଲା ଜୀବନ !

ndtv
30

ମୁମ୍ବାଇର ଏକ ୧୪ ମାସର ଶିଶୁର ଜୀବନ ଯେଉଁଭଳି ଭାବେ ବଞ୍ଚି ଯାଇଛି ତାହା ଏବେ ସଭିଙ୍କୁ ଚକିତ କରିଛି। ଶିଶୁଟି ଚାରି ମହଲାରେ ଥିବା ନିଜ ଘରର ସ୍ଲାଇଡିଂ ଝରକା ପଟେ ଦୁର୍ଘଟଣାବଶତଃ ଖସି ପଡ଼ିଥିଲା। ଶିଶୁଟି ଖସି ପଡ଼ିବା ପରେ ଚମକି ପଡ଼ିଥିଳେ ପରିବାର ଲୋକେ। ମାତ୍ର ଯୋଗକୁ ଶିଶୁଟି ତଳେ ନ ପଡ଼ି ଝରକା ପାଖରେ ଥିବା ଏକ ଗଛରେ ଲାଖି ରହିଥିଲା। ଫଳରେ ଶିଶୁଟି ଜୀବନ ବଞ୍ଚି ଯାଇଥିବା ସୂଚନା ରହିଛି।

ଅଥର୍ବ ବାର୍କେଡ ଉର୍ଫ ଶ୍ରୀ ନାମକ ଏହି ଶିଶୁ ପୁତ୍ରଟିର ଘର ଗୋବାନ୍ଦିର ବି ଏସ୍‌ ଦେବଦାସୀ ରୋଡ୍‌ରେ। ଶିଶୁଟିର ଘରେ ତା’ର ବାପାମାଆ, ଜେଜେ, ଜେଜେମାଆ, ଅଣଜେଜେ, ଦାଦାଖୁଡ଼ି ଓ ଭଉଣୀ ମିଶି ଆହୁରି ଅନେକ ସଦସ୍ୟ ଅଛନ୍ତି।

building

ଜାଣିବାକୁ ମିଳିଛି ଯେ ଶିଶୁଟି ଜେଜେମାଆ ଶିଶୁଟି ଘରେ ଥିବା ଅବସ୍ଥାରେ ଅନ୍ୟମନସ୍କବଶତଃ ଘର ଝରକା ଖୋଲି ପଳାଇଥିଲେ। ଝରକାରେ ରଡ୍‌ ନଥିଲା। ଶିଶୁଟି ଖେଳୁ ଖେଳୁ ଅଚାନକ ଝରକା ଦେଇ ବାହରକୁ ଖସି ପଡ଼ିଥିଲା। ପରିବାର ଲୋକ ଭୟରେ ଦୌଡ଼ାଧାଆଁ କରି ଦେଖିଲା ବେଳକୁ ଯୋଗକୁ ସେ ଏକ ଗଛ ଡାଳରେ ଲାଖି ରହିଥିଲା।

ଶ୍ରୀଙ୍କୁ ଗଛରୁ ତଳକୁ ଆଣିବା ପରେ ସେ ଜୋର୍‌ ଜୋର୍‌ କାନ୍ଦିବାକୁ ଲାଗିଥିଲା। ପରିବାର ଲୋକେ ତାକୁ ନେଇ ଏକ ବେସରକାରୀ ଡାକ୍ତରଖାନାକୁ ଯାଇଥିଲେ। ପରେ ତାକୁ ମୁଲୁନ୍ଦଠାରେ ଥିବା ଫର୍ଟିସ ହସ୍ପିଟାଲ୍‌କୁ ନିଆଯାଇଛି। ଶିଶୁଟିକୁ ଆସିୟୁରେ ରଖାଯାଇଛି। ତା’ର ଓଠ ଓ ଗୋଡ଼ରେ ସାମାନ୍ୟ କ୍ଷତ ରହିଥିବା ବେଳେ ସେ ବିପଦ ମୁକ୍ତ ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More