Only for Entertainment

ଏହି ଅଭିନେତ୍ରୀଙ୍କୁ ଜେଜେ ମା’ ଡ୍ୟାନ୍ସରେ ଦେଲେ ଟକ୍କର, ଦେଖନ୍ତୁ ଭିଡିଓ

DNA India
0 54

ବଲିଉଡ କଳାକରମାନେ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ନିଜ ସ୍ପେଶାଲ ମୁହୂର୍ତ୍ତର ଫଟୋ ଏବଂ ଭିଡିଓକୁ ମଧ୍ୟ ପ୍ରଶଂସକଙ୍କ ପାଇଁ ପୋଷ୍ଟ କରିଥାନ୍ତି । ‘୧୯୨୦’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଅଦା ଶର୍ମା ବର୍ତ୍ତମାନ ଚର୍ଚ୍ଚାରେ । ୧୦ ବର୍ଷ ଫିଲ୍ମ କ୍ୟାରିୟରରେ ଅଦା ଅନେକ ଫିଲ୍ମ କରିଛନ୍ତି କିନ୍ତୁ ତାଙ୍କର କୌଣସି ଫିଲ୍ମ ବକ୍ସ ଅଫିସରେ ସଫଳତା ପାଇ ପାରିନାହିଁ । ନିକଟରେ ଅଦା ଏକ ଭିଡିଓ ଶେୟାର କରନିଛନ୍ତି । ଏହି ଭିଡିଓ କିଛି ସମୟ ମଧ୍ୟରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଅଦା ନିଜ ଜେଜେ ମା’ଙ୍କ ସହିତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ‘ସୋନୂୁ କେ ଟିଟୁ କି ସୁଇଟି’ ଫିଲ୍ମର ‘ବମ ଡିଗି ଡିଗି’ ଗୀତରେ ଦୁହେଁ ଡ୍ୟାନ୍ସ କରିଥିବାର ହେଖିବାକୁ ମିଳିଛି । ଏହି ଭିଡିଓକୁ ଶେୟାର କରି ଅଦା ନିଜ ଫ୍ୟାନମାନଙ୍କୁ ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି । ପୋଷ୍ଟ ଶେୟାର କରି ସେ ଲେଖିଥିଲେ ‘ମୁଁ ନିଜ ପାର୍ଟନର ସହିତ ଡ୍ୟାନ୍ସ କରିଛି ଆପଣ ମଧ୍ୟ ନିଜ ଡ୍ୟାନ୍ସ ପାର୍ଟନରଙ୍କୁ ଟ୍ୟାଗ କରନ୍ତୁ । ’ ଅଦା ଏହି ଭିଡିଓକୁ ଶେୟାର କରିବାର କିଛି ସମୟ ଭିତରେ ୬ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଅଦା ୨୦୦୮ରେ ଫିଲ୍ମ ‘୧୯୨୦’ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । ୨୦୧୭ରେ ରିଲିଜ ହୋଇଥିବା ଫିଲ୍ମ ‘କମାଣ୍ଡୋ ୨’ରେ ମଧ୍ୟ ସେ ନଜର ଆସିଥିଲେ । ଫିଲ୍ମରେ ଅଦାଙ୍କ ଚରିତ୍ରକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More