Only for Entertainment

ଫିଲ୍ମ ‘ବାହୁବଳୀ’ର ରେକର୍ଡ ଭାଙ୍ଗିଲା ଖିଲାଡି ଅକ୍ଷୟଙ୍କ ‘୨.୦’

Bollywoodlife
0 57

ଅକ୍ଷୟ କୁମାର ‘ଖିଲାଡି କୁମାର’ ଭାବେ ବେଶ ପରିଚିତ । କେବଳ ସେତିକି ନୁହେଁ ତାଙ୍କୁ ବଲିଉଡର ହିଟ ମେସିନ  ମଧ୍ୟ କୁହାଯାଏ । ଅକ୍ଷୟ ଏମିତି ଜଣେ ଅଭିନେତା, ଯିଏ ସର୍ବାଧିକ ରେକର୍ଡ କରିଥିବା ଫିଲ୍ମ ‘ବାହୁବଳୀ’କୁ ଚ୍ୟାଲେଂଜ କରିବାକୁ ପଛଘୁଂଚା ଦେଇନାହାଁନ୍ତି । ବରଂ ତାଙ୍କ ଆଗାମୀ ଫିଲ୍ମ ‘୨.୦’ ରିଲିଜ ହେବା ପୂର୍ବରୁ ଫିଲ୍ମ ବାହୁବଳୀର ରେକର୍ଡ ଭାଙ୍ଗି ସାରିଛି । ଅବଶ୍ୟ ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ନଜର ଆସିବେ ।

ମିଳିଥିବା ରିପୋର୍ଟ ଅନୁଯାୟୀ ଫିଲ୍ମ ‘୨.୦’ କେରଳ ଡିଷ୍ଟ୍ରିବ୍ୟୁସନ ରାଇଟ୍ସ ୧୬ କୋଟିରେ କିଣାଯାଇଥିଲା ବେଳେ ପ୍ରଭାସଙ୍କ ଫିଲ୍ମ ବୀହୁବଳୀର ରାଇଟ୍ସକୁ ୧୦ କୋଟିରେ କିଣାଯାଇଥିଲା । ଏପର୍ଯ୍ୟନ୍ତ ଉଭୟ ଦେଶ ଓ ବିଦେଶରେ ସଫଳତା ଶୁଖରକୁ ଛୁଇଁପାରିଛି ଫିଲ୍ମ ‘ବାହୁବଳୀ’ ।ଏହି ଫିଲ୍ମଟି ବଲିଉଡରେ ବେଂଚମାର୍କ ସୃଷ୍ଟି କରିପାରିଛି, ଯାହାକୁ ଅତିକ୍ରମ କରିବା ଏତେଟା ସହଜ ନଥିଲା । ଅକ୍ଷୟ ଓ ରଜନୀକାନ୍ତଙ୍କ ଫିଲ୍ମ ‘୨.୦’ ପୂର୍ବରି ରଜନୀକାନ୍ତଙ୍କ ଫିଲ୍ମ ‘ରୋବର୍ଟ’ର ସିକ୍ୱଲ ବୋଲି ଚର୍ଚ୍ଚାରେ ରହିଆସିଛି । ଫିଲ୍ମ ‘୨.୦’ରେ ଅକ୍ଷୟଙ୍କୁ ଭିଲେନ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ପ୍ରଥମଥର ପାଇଁ ଖିଲାଡି ଅକ୍ଷୟଙ୍କ ସହିତ ଦକ୍ଷିଣ ଭୀରତୀୟ ସୁପରଷ୍ଟାର ରଜନୀକାନ୍ତ ନଜର ଆସିବେ । ଫିଲ୍ମର ରିଲିଜ ତାରିଖ ଏଯାଏଁ ସ୍ଥିର ହୋଇପାରିନାହିଁ । ଫିଲ୍ମଟି ଏକା ସାଙ୍ଗରେ ୧୫ଟି ଭାଷାରେ ରିଲିଜ ହେବ ବୋଲି ଶୁଣୁବାକୁ ମିଳୁଛି ।

ଏବେ ଦେଖିବାକୁ ବାକି ରହିଲା ଯେ ଫିଲ୍ମ ‘ବାହୁବଳୀ’ ରିଲିଜ ହେବା ପରେ ଯେଉଁ ରେକର୍ଡ କରିଥିଲା, ଫିଲ୍ମ ‘୨.୦’ ତା’ ରେକର୍ଡକୁ ଭାଙ୍ଗୀ ପାରୁଛି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More