Only for Entertainment

୨୦ ବର୍ଷ ବୟସରେ ୬୧୧୭ କୋଟି,ଜୁକରବର୍ଗଙ୍କୁ ମଧ୍ୟ ଟକ୍କର ।

bollywood tadka
0 123

୨୩ ବର୍ଷ ବୟସରେ ନିଜ ବଳବୁଦ୍ଧିରେ ଦୁନିଆର ସବୁଠାରୁ ଯୁବ ଆରବପତି ସାଜିଥିବା ଫେସବୁକର ସଂସ୍ଥାପକ ଜୁକରବର୍ଗଙ୍କୁ ଏବେ ରୋଜଗାର କ୍ଷେତ୍ରରେ ଟକ୍କର ଦେବାକୁ ଯାଉଛନ୍ତି ଜଣେ ୨୦ ବର୍ଷର ଝିଅ । କର୍ଦାଶିୟା ପରିବାରର ସଦସ୍ୟ ଏବଂ ଜଣେ ରିଆଲିଟି ଟିଭି ଶୋ’ର ଷ୍ଟାର ୨୦ ବର୍ଷର କାଇଲି ଜେନରଙ୍କ ରୋଜଗାର ୯୦ କୋଟି ଡଲାରରୁ ଅଧକ । ତାଙ୍କ ବିଷୟରେ ଫୋର୍ବସ ଏହି ସୂଚନା ଦେଇଛନ୍ତି ।

କେବଳ ଜଣେ ରିଆଲିଟି ଶୋ ଷ୍ଟାର ନୁହଁନ୍ତି ବରଂ ଜଣେ ସଫଳ ବିଜନେସୱିମେନ ମଧ୍ୟ । ସେ କାଇଲି କସମେଟିକ୍ସ ନାମରେ ବିଜନେସ କମ୍ପାନୀ ଚଳାଉଛନ୍ତି । ଫୋର୍ବସ ମାଗାଜିନ ଅନୁସାରେ ସେ ୨ ବର୍ଷ ହେବ ଏହି କମ୍ପାନୀ ଚଲାଉଛନ୍ତି । ସେ ୨୦୦୦ର ଲିପ କିଟ ସହିତ କାରବାର ଆରମ୍ଭ କରିଥିଲେ । ସେହି ଦିନଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସେ ୬୩ କୋଟି ଡଲାରରୁ ଅଧିକ ପ୍ରଡକ୍ଟ ବିକ୍ରି କରିଛନ୍ତି । ତାଙ୍କ କମ୍ପାନୀର ମୂଲ୍ୟ ୮୦ କୋଟି ଡଲାର ଅର୍ଥାତ ୫୪୮୬ କୋଟି ବୋଲି ଫୋର୍ବସ କହିଛନ୍ତି । ଅନୁମାନ କରାଯାଉଛିଯେ ସେ ଆଗାମୀ ବର୍ଷରେ ଜୁକରବର୍ଗଙ୍କୁ ମଧ୍ୟ ପଛରେ ପକାଇଦେବେ । ତେବେ କାଇଲି ୬୧୧୭ କୋଟି ରୋଜଗାର କରିଛନ୍ତି,ଯାହା ଟିଭି ଶୋ’ର ରୋଜଗାର ମଧ୍ୟ ସାମିଲ ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More