Only for Entertainment

ଗିନିଜବୁକରେ ୨୦୧୮ର କିଛି ଅଜବ ରେକର୍ଡ !

BT
26

ସଫଳତା ହାସଲ ପାଇଁ ବର୍ଷବର୍ଷ ଧରି ଅଭ୍ୟାସ ଏବଂ ଅନ୍ୟ ଉଦ୍ୟମ ଆପଣାଇଥାନ୍ତି । ରେକର୍ଡ ବନିବା ପରେ ରାତାରାତି ସେମାନେ ପାଲଟିଯାଇଥାନ୍ତି ଷ୍ଟାର । ୨୦୧୮ରେ ଏଭଳି କିଛି ଅଜବ ରେକର୍ଡ ଗିନିଜବୁକରେ ସାମିଲ ହୋଇଛି ।

ନିଳାଶିଂଙ୍କ ଚୁଟିର ଲମ୍ବ ୫ଫୁଟ ୭ଇଞ୍ଚ-

Nilanshi-Patel-
ଗୁଜୁରାଟର ନିଳାଶିଂ ପଟେଲଙ୍କ ବୟସ ହେଉଛି ମାତ୍ର ୧୬ । ହେଲେ ୫ଫୁଟ୍‍ ୭ ଇଞ୍ଚ ଲମ୍ବର ଚୁଟି ପାଇଁ ସେ ବିଶ୍ୱ ରେକର୍ଡରେ ଟିନ୍‍ଏଜର ବର୍ଗରେ ସ୍ଥାନ ପାଇଛନ୍ତି । ମେହସାଣରେ ରହୁଥିବା ନିଳାଶିଂଙ୍କ କହିବା ଅନୁସାରେ ୬ବର୍ଷ ବୟସରେ ମୋ ହେୟାର ଡ୍ରେସର ସଠିକ୍‍ ଭାବେ ମୋ ଚୁଟି କାଟିନଥିଲେ । ସେବେଠାରୁ ମୁଁ ନିଷ୍ପତି ନେଇଥିଲି ଯେ, କେବେ ବି ଚୁଟି କାଟିବି ନାହିଁ ।

ଲମ୍ବା ଲାଞ୍ଜର ବିଲେଇ-

cat
ନିଜର ଲମ୍ବ ଏବଂ ଲାଞ୍ଜର ଲମ୍ବ ପାଇଁ ୨୦୧୮ ବର୍ଷରେ ଚର୍ଚ୍ଚାରେ ରହିଛି ଆେମରିକାର ମିସିଗନରେ ରହୁଥିବା ବିଲେଇ ଆର୍କଟୁରସ୍‍ । ଏହି ବିଲେଇର ଲମ୍ବ ୪୮.୪ ସେଣ୍ଟିମିଟର ଥିଲାବେଳେ ବୟସ ଦୁଇବର୍ଷ । ସେହିପରି ଏହି ବିଲେଇର ଭାଇ ସାଇଗନସ ନାମରେ ଲମ୍ବା ଲାଞ୍ଜର ରେକର୍ଡ ମଧ୍ୟ ରହିଛି । ସାଇଗନସର ଲାଞ୍ଜର ଲମ୍ବ ହେଉଛି ୪୪.୬୬ସେଣ୍ଟିମିଟର ।

ବେଲୁନ୍‍ ଫୁଙ୍କି ରେକର୍ଡ –

guinness-world-records

ବେଲୁନ୍‍ ଫୁଙ୍କିବା ସହଜ ନୁହେଁ । ଗୋଟିଏ ଦୁଇଟି ବେଲୁନ୍‍ ଫୁଙ୍କିଲେ ଆମକୁ ଥକା ଲାଗିଥାଏ,ଥୋଡ ଦରଜ ହୋଇଥାଏ । ହେଲେ ଆମେରିକାର କୋଲାରାଡୋରେ ରହୁଥିବା ହଣ୍ଟର ଇବନ୍‍ ବେଲୁନ୍‍ ଫୁଙ୍କି ବିଶ୍ୱରେକର୍ଡରେ ନିଜ ନାମକୁ ସ୍ଥାନିତ କରିଛନ୍ତି । ସେ ଏକଥରକେ ୯୧୦ଟି ବେଲୁନ୍‍ ଫୁଙ୍କି ଏହି ସଫଳତା ପାଇଛନ୍ତି ।

ଲମ୍ବା ଗୋଡ଼-

Longest-legs-female

ମହିଳାଙ୍କ ମଧ୍ୟରେ ସବୁଠୁ ଲମ୍ବା ଗୋଡ଼ର ରେକର୍ଡ ରହିଛି ରୁଷର ଏକାତୋରିନା ଲେସେନାଙ୍କ ନାମରେ । ତାଙ୍କ ବାମ ଗୋଡ଼ର ଲମ୍ବ ୧୩୨.୮ସେଣ୍ଟିମିଟର ଥିଲାବେଳେ ଡାହଣ ଗୋଡର ଲମ୍ବ ୧୩୨.୨ ସେଣ୍ଟିମିଟର ରହିଛି । ସୂଚନାଯୋଗ୍ୟ ଯେ, ଲେସେନାଙ୍କ ଘରର ପ୍ରତି ସଦସ୍ୟଙ୍କ ଉଚ୍ଚତା ୬ ଫୁଟରୁ ଅଧିକ ଅଟେ ।

ଆଖିପତାର ଚୁଟି-

AArkG9U.img
ଚୀନର ମହିଳା ୟୁ ଜିୟାକ୍ସୟାଙ୍କ ନାମରେ ସବୁଠୁ ଲମ୍ବ ଆଖିପତାର ଚୁଟି ରେକର୍ଡ ରହିଛି । ୨୦୧୬ରେ ତାଙ୍କ ବାମ ଆଖିପତାର ଚୁଟିର ଲମ୍ବର ୧୨.୪୦ ସେଣ୍ଟିମିଟର ଥିଲାବେଳେ ଏହାପର ଠାରୁ ଚୁଟିର ଲମ୍ବ ବଢିବାରେ ଲାଗିଛି । ଯେଉଁ କାରଣରୁ ରେକର୍ଡ ବହିରେ ସେ ସ୍ଥାନ ପାଇଛନ୍ତି ।

ନଖ ପାଇଁ ଚର୍ଚ୍ଚାରେ ଆୟନା-

images
ଆମେରିକାରେ ରହୁଥିବା ଆୟନା ୱିଲୟମ୍ସଙ୍କ ନଖ ବିଶ୍ୱ ରେକର୍ଡ ହାସଲ କରିଛି । ସବୁଠୁ ଲମ୍ବା ନଖ ରଖିଛନ୍ତି ଆୟନା । ରେକର୍ଡ ବହିରେ ଆୟନାଙ୍କ ନଖର ଲମ୍ବ ୧୦.୯ ଇଞ୍ଚ ଉଲ୍ଲେଖ ରହିଛି ।

ଓଜନଦାର ସାଇକେଲ-

guinness-world-records
ସାଧାରଣତଃ ସାଇକେଲର ଓଜନ ୫୦ ରୁ ୮୦ କିଲୋଗ୍ରାମ ମଧ୍ୟରେ ରହିଥାଏ । ହେଲେ ଏପରି ଏକ ସାଇକେଲ ଅଛି ଯାହାର ଓଜନ ୮୬୦ କିଲୋ । ଆଉ ଏହି କାରଣରୁ ସାଇକେଲଟି ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି । ବେଲଜିୟମର ଇଞ୍ଜିନିୟର ଜେଫ ପିଟର୍ସ ବିଶ୍ୱର ସବୁଠୁ ଓଜନଦାର ସାଇକେଲ ତିଆରି କରିବାରେ ସଫଳ ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More