Only for Entertainment

ଗାୟକ ମିକା ସିଂଙ୍କ ଘରୁ ଚୋରି,ପୋଲିସ ଥାନାରେ ମାମଲା ରୁଜୁ ।

www.spotboye.com
0 25

ସିଙ୍ଗର ମିକା ସିଂଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନିକଟରେ ମିକା ସିଂଙ୍କ ଘରୁ ଚୋରି ହୋଇଛି । ଚୋର ୩ ଲକ୍ଷ ଟଙ୍କାର କଳାକନା ବୁଲାଇ ଦେଇଛି । ମିକା ମୁମ୍ବାଇର ଓସିବାରା ପୋଲିସ ଥାନାରେ ଏଫଆଇଆଇ ଦେଇଛନ୍ତି । ତାଙ୍କ ଘରୁ ଚୋର ୩ ଲକ୍ଷ ଟଙ୍କାର ଜିନିଷ ନେଇଯାଇଛି । ଯେଉଁଥିରେ ପ୍ରାୟ ୨ ଲକ୍ଷ ଟଙ୍କା ସୁନା ଗହଣା ସାମିଲ ଥିଲା । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛନ୍ତି ।

କିଛି ସମୟ ପୂର୍ବରୁ ମିକା ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ନେଇ ଚର୍ଚ୍ଚାରେ ରହିଥିଲେ । ବାସ୍ତବରେ ମିକା ଦୁବାଇ ଯିବାକୁ ବାହାରିଥିଲେ । ଏହି କାରଣରୁ ଶୋ ଅଫ ପାଇଁ ସେ ଫ୍ଲାଇଟର ବିଜନେସକ୍ଲାସର ପୂରା କମ୍ପାର୍ଟବେଂଟ ବୁକ କରି ନେଇଥିଲେ । ଏହାପରେ ତାହାର ଭିଡ଼ିଓ କରିଥିଲେ । ଯେତେବେଳେ ଭିଡ଼ିଓ ସାମ୍ନାକୁ ଆସିଲା ଲୋକ ଟ୍ରୋଲ କରିବା ଆରମ୍ଭ କରିଦେଲେ । ଜଣେ ୟୁଜର ଲେଖିଥିଲେଯେ ଗୋଟିଏ ସିଟର ଟଙ୍କା କୌଣସି ଗରିବକୁ ଦେଇ ଦେଖନ୍ତୁ ଲାଇଫ ଫଷ୍ଟ କ୍ଲାସ ହୋଇଯିବ ।

ଟ୍ରୋଲ କରିବା ବ୍ୟକ୍ତିଙ୍କ ମଧ୍ୟରେ ସିଙ୍ଗର ସାନ ମଧ୍ୟ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More