Only for Entertainment

ଚୀନ ଆକାଶରେ ଏକାସଙ୍ଗେ ‌ଦେଖା ଦେଲା ୩ଟି ସୂର୍ଯ୍ୟ! ଜାଣନ୍ତୁ ଚମତ୍କାର ଦୃଶ୍ୟ ପଛର ବୈଜ୍ଞାନିକ କାହାଣୀ

Teller Report
44

ଆପଣ ଆକାଶରେ ପ୍ରତିଦିନ ସୂର୍ଯ୍ୟଙ୍କୁ ଦେଖୁଥିବେ । ଆଉ ଆମେ ସମସ୍ତେ ଜାଣିଛେ, ଆକାଶରେ ଗୋଟିଏ ସୂର୍ଯ୍ୟ ଦେଖାଯାଏ । କିନ୍ତୁ ଥରେ ଭାବନ୍ତୁ, ଆପଣ ସକାଳୁ ଉଠି, ଯେତେବେଳେ ଆକଶକୁ ଅନାଇବେ, ଆଉ ଆପଣଙ୍କୁ ଗୋଟିଏ ନୁହଁ, ତିନୋଟି ସୂର୍ଯ୍ୟ ଦେଖାଯିବ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି, ଆକାଶରେ ଦେଖିବାକୁ ମିଳିଛି ଏଭଳି କିଛି ଅପରୂପ ଦୃଶ୍ୟ । ଯେତେବେଳେ ସାରା ବିଶ୍ୱ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି କରୁଥିଲା, ସେତେବେଳେ ଚୀନବାସୀ ପ୍ରକୃତିର କିଛି ଅପୂର୍ବ ଦୃଶ୍ୟର ସାକ୍ଷୀ ବନିଯାଇଥିଲେ ।

ତାରିଖ ଥିଲା ୩୧ ଡିସେମ୍ବର ୨୦୧୯ । ଚୀନର ଉତ୍ତରପୂର୍ବ ସ୍ଥିତ ଜିଲିନ୍ ପ୍ରାନ୍ତର କିଛି ସହରରେ ଏକାସଙ୍ଗେ ଆକାଶରେ ଦେଖିବାକୁ ମିଳିଥିବା ୩ଟି ସୂର୍ଯ୍ୟ । ସକାଳୁ ସକାଳୁ ଚତୁଃପାଶ୍ୱର୍ ସବୁଦିନ ଅପେକ୍ଷା ଅଧିକ ଆଲୋକିତ ଦେଖାଯାଉଥିଲା । ଆଉ ଯେତେବେଳେ ଲୋକମାନେ ଘରୁ ବାହାରକୁ ଆସି ଦେଖିଥିଲେ, ସେତେବେଳେ ସେମାନଙ୍କୁ ଆକାଶରେ ୩ଟି ସୂର୍ଯା ଦେଖାଯାଇଥିଲା । ଏହା ପରେ ରାସ୍ତାରେ ଲୋକ ପ୍ରବଳ ଗହଳି ଲାଗିଯାଇଥିଲା । ସାଧାରଣ ଲୋକଙ୍କ ପାଇଁ ଏହି ଦୃଶ୍ୟ ଚମତ୍କାର ଭଳି ଥିଲା । କିନ୍ତୁ ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି । ଆସନ୍ତୁ ଜାଣିବା ଆକାଶରେ ୩ଟି ସୂର୍ଯ୍ୟ ଦେଖାଯିବା ପଛରେ କଣ ରହିଛି କାରଣ ।

ଚୀନ୍ ଆକାଶରେ ଯେଉଁ ୩ଟି ସୂର୍ଯ୍ୟ ଦେଖାଯାଉଥିଲା, ସେଥିମଧ୍ୟରୁ ୨ଟି ସୂର୍ଯ୍ୟ ଆଂଶିକ ଦୃଶ୍ୟମାନ ହେଉଥିବା ବେଳେ ମଝିରେ ଥିବା ସୂର୍ଯ୍ୟ ସମ୍ପୂର୍ଣ୍ଣ ଦେଖାଯାଉଥିଲା । ପାଖାପାଖି ୨୦ ମିନିଟ୍ ଧରି ଆକାଶରେ ଏହି ବିରଳ ଘଟଣା ଦୃଶ୍ୟମାନ ହେବା ପରେ ଦୁଇଟି ସୂର୍ଯ୍ୟ ଗାୟବ ହୋଇଯାଇଥିଲା । ବୈଜ୍ଞାନିକଙ୍କ ଭାଷାରେ ଏହାକୁ ସନ୍ ଡଗ୍ ବୋଲି କୁହାଯାଏ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କଣ ଏହି ସନ୍ ଡଗ୍ ।

ସୂର୍ଯ୍ୟେଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ସନଡଗ୍ ହୋଇଥାଏ, ଯେତେବେଳେ ଆକାଶରେ ସୂର୍ଯ୍ୟ ତଳ ପଟକୁ ଦୃଶ୍ୟମାନ ହୋଇଥାଏ । ଅଥବା ଯେତେବେଳେ ଆକାଶରେ ଘନ ବାଦଲ ଛାଇହୋଇଯାଇଥାଏ କିମ୍ବା ବରଫ କଣିକା ଭାସମାନ ହେଉଥାଏ । ଏହି କଣିକାରେ ଯେତେବେଳେ ସୂର୍ଯ୍ୟଙ୍କ ରଶ୍ମି ପଡିଥାଏ, ସେତେବେଳେ ଏହା ପ୍ରତିଫଳିତ ହୋଇ ଆକାଶରେ ପଡିଥାଏ । ଏବଂ ଆପଣଙ୍କୁ ୩ଟି ସୂର୍ଯ୍ୟ ଥିବା ଭଳି ଦୃଶ୍ୟମାନ ହୁଏ । ଏହା ସହ ଏହା ଉଫରେ ଓଲଟା ଇନ୍ଦ୍ରଧନୁ ମଧ୍ୟ ଦେଖାଯାଇଥାଏ । ତେବେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଆକାଶରେ ଏଭଳି ଦୃଶ୍ୟ କ୍ୱଚିତ୍ ଦେଖିବାକୁ ମିଳେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More