Only for Entertainment

ସବୁ ସଂଯୋଗ ପଛରେ ରହିଛି ଅନେକ ଅଜଣା କାରଣ ! ଜାଣନ୍ତୁ ।

lifecoachcode
0 113

‘ପ୍ରତ୍ୟେକ ଜିନିଷ କିଛି କାରଣ ଏବଂ ଉଦ୍ଦେଶ୍ୟ ପାଇଁ ଘଟେ। ଭାଗ୍ୟ ନୁହେଁ, ସୁଯୋଗ ନୁହେଁ ବା କୌଣସି ସଂଯୋଗ ହେତୁ ଘଟେ ନାହିଁ।’: ଜନ୍‌ ୟୁଙ୍ଗ୍‌

ଉପରୋକ୍ତ ବାଣୀଟିକୁ ମନେ ପକାଇବାର କାରଣ ହେଉଛି ବିନା କାରଣରେ କିଛି ବି ଘଟେ ନାହିଁ। ସବୁକିଛି ଘଟଣା ପଛରେ କିଛି ନା କିଛି କାରଣ ଲୁଚି ରହିଥାଏ। କେବେ କେବେ ଆମେ ଭାଗିଥାନ୍ତି ସ୍ୱର୍ଗର ସଂଯୋଗ ପାଇଁ ଲୋକଙ୍କ ସହ ଭେଟ ହୁଏ। କେବେ ପୁଣି ଭାବିଥାନ୍ତି ଆମେ ଚାହିଁକରି ହିଁ ସଂପର୍କ ଗଢ଼ନ୍ତି, ଭାଙ୍ଗନ୍ତି। ତାହା ସବୁ ଭିନ୍ନ କଥା। ଅସଲ କଥା ହେଉଛି ଆମକୁ ଖୋଜିବା ଉଚିତ୍‌ ଯେ ଆମେ କାହାକୁ କାହିଁକି ଭେଟନ୍ତି, ଭେଟ ପଛରେ ଲୁଚିଛି କି କାରଣ? ବିଶ୍ୱାସ କରାଯାଏ ଯେ ଜଣେ ବ୍ୟକ୍ତିର ଜୀବନରେ ୩ ପ୍ରକାରର ସଂଯୋଗ ରହିଥାଏ।

ବେଳେ ବେଳେ ଆମେ ଭିନ୍ନ ଧରଣର ଲୋକଙ୍କୁ ଭେଟନ୍ତି। ସେମାନେ ହୃଦୟକୁ ଛୁଇଁ ଯାଆନ୍ତି। କେହି କେହି ଲୋକ ଆମ ଜୀବନକୁ ଆସିଥାନ୍ତି ଆମ ନିଦ ଭାଙ୍ଗିବା ପାଇଁ। ପ୍ରତିଟି କ୍ଷେତ୍ରରେ ସେମାନେ ଉତ୍ସାହ ଭରିଥାନ୍ତି। ସେହି ଭଳି ଲୋକଙ୍କ ସହ ଏକ ପ୍ରକାରର ଲୌକିକ ସଂଯୋଗ ରହିଛି ବୋଲି ଧରିନେବାକୁ ହେବ।

ଆହୁରି ଏମିତି କିଛି ସଂପର୍କ ଜୀବନରେ ଆସନ୍ତି ଯାହାଙ୍କୁ ଆମେ ଜାଣନ୍ତି। ଜୀବନର ପ୍ରତିଟି କ୍ଷେତ୍ରରେ ସେପରି ସଂପର୍କ ସାଙ୍ଗରେ ରହନ୍ତି।

ବେଳେ ବେଳେ କୌଣସି ବି ସଂପର୍କ ନଥାଇ କେହି କେହି ସାହାଯ୍ୟ ପାଇଁ ଧାଇଁ ଆସନ୍ତି। ତାହା ବି ଏକ ରକମର ଲୌକିକ ସଂଯୋଗ। ବିନା କୌଣସି ସଂଯୋଗରେ ଜଣଙ୍କର ଅନ୍ୟ ଜଣକ ପ୍ରତି ସାହାଯ୍ୟ ମନବୃତ୍ତି ଆସିବ ନାହିଁ। ସେ ସଂଯୋଗ ଅବଚେତନରେ ହେଉ ପଛେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More