Only for Entertainment

ଶୁକ୍ରବାର ରିଲିଜ ହେବ ଏହି ଫିଲ୍ମ ।

culturedvultures.com
21

ଶୁକ୍ରବାର ହିନ୍ଦୀ ଫିଲ୍ମ ଅଭିଜିତ ଦେଓନାଥଙ୍କ ‘ସଲ୍ଟ ବ୍ରିଜ୍‌’ ରିଲିଜ ହେବାକୁ ଯାଉଛି। ହେଲେ ଦୁଇଟି ଭିନ୍ନସ୍ବାଦର ଇଂଲିଶ ଫିଲ୍ମ ଚଳିତ ଶୁକ୍ରବାର ପରଦାକୁ ଆସୁଛି, ଯାହା ମଧ୍ୟରେ ସାଇନ୍ସ ଫିକ୍ସନ ଆକ୍ସନ ଫିଲ୍ମ ‘ବମ୍ବଲ୍‌ବି’ ଏବଂ ଆମେରିକାନ୍‌ ମ୍ୟୁଜିକାଲ ଫାଣ୍ଟାସି ଫିଲ୍ମ ‘ମ୍ୟାରି ପପିନ୍ସ ରିଟର୍ନସ’ ରହିଛି।

ରିଲିଜ ହେବାକୁ ଥିବା ଫିଲ୍ମ ‘ବମ୍ବଲ୍‌ବି’ ଟ୍ରାନ୍ସଫର୍ମର୍ସ କ୍ୟାରେକ୍ଟର ବମ୍ବଲ୍‌ବି ଉପରେ ଆଧାରିତ ହୋଇଛି। ଲାଇଭ୍‌ ଆକ୍ସନ ଟ୍ରାନ୍ସଫର୍ମର୍ସ ଫିଲ୍ମ ସିରିଜର ଏହା ୬ଷ୍ଠ ଇନ୍‌ଷ୍ଟଲମେଣ୍ଟ ହୋଇଥିବା ବେଳେ ୨୦୦୭ରେ ରିଲିଜ ହୋଇଥିବା ଟ୍ରାନ୍ସଫର୍ମସ୍‌ର ଏହା ପ୍ରିକ୍ୟୁଏଲ୍‌। ଟ୍ରାଭିସ୍‌ ନାଇଟ୍‌ଙ୍କ ନିର୍ଦ୍ଦେଶିତ ଏବଂ କ୍ରିଷ୍ଟିନା ହଡ୍‌ସନ୍‌ଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମର ଲିଡ୍‌ରୋଲ୍‌ରେ ହେଲି ଷ୍ଟେନ୍‌ଫିଲ୍ଡ, ଜନ୍‌ ସେନା, ଜର୍ଜ ଲେଣ୍ଡବର୍ଗ ଜୁନିୟର, ଜନ୍‌ ଅର୍ଟିଜ୍‌, ଜେସନ୍‌ ଡ୍ରକର୍‌, ପାମେଲା ଆଡ୍‌ଲନ୍‌ ପ୍ରମୁଖ ଅଭିନୟ କରିଛନ୍ତି। ମାଇକେଲ ବେ ଫିଲ୍ମର ପ୍ରଯୋଜନା କରିଥିବା ବେଳେ ପ୍ରଥମ ଥର ପାଇଁ ସେ ଏହି ଲାଇଭ୍‌ ଆକ୍ସନ ଟ୍ରାନ୍ସଫର୍ମସ୍‌ ଫିଲ୍ମର ନିର୍ଦ୍ଦେଶନା ଦେଇନାହାନ୍ତି। ସେହିଭଳି ମ୍ୟୁଜିକାଲ ଫାଣ୍ଟାସି ଫିଲ୍ମ ‘ମ୍ୟାରି ପପିନ୍ସ ରିଟର୍ନସ’ର ନିର୍ଦ୍ଦେଶନା ଦେଇଛନ୍ତି ରବ୍‌ ମାର୍ଶାଲ। ପି.ଏଲ୍‌. ଟ୍ରାଭର୍ସଙ୍କ ବୁକ୍‌ ସିରିଜ୍‌ ‘ମ୍ୟାରି ପପିନ୍ସ ରିଟର୍ନସ’ ଉପରେ ଆଧାରିତ ଏହି ଫିଲ୍ମ ୧୯୬୪ରେ ରିଲିଜ ହୋଇଥିବା ‘ମ୍ୟାରି ପପିନ୍ସ’ର ସିକ୍ୟୁଏଲ୍‌। ଫିଲ୍ମର ପ୍ରମୁଖ ଭୂମିକାରେ ଏମିଲି ବ୍ଲଣ୍ଟ୍‌, ଲିନ୍‌ ମାନୁଏଲ୍‌ ମିରାଣ୍ଡା, ବେନ୍‌ ଓ୍ବିସ, ଏମିଲି ମୋର୍ଟିମର୍‌, ଜୁଲି ଓ୍ବାଲଟର୍ସ, ଆଞ୍ଜେଲା ଲାନ୍ସବୁରୀ, କଲିନ୍‌ ଫର୍ଥ, ମେରିଲ୍‌ ଷ୍ଟ୍ରିପ୍‌ ପ୍ରମୁଖ ରହିଛନ୍ତି। ୧୯୩୦ ମସିହାର ଲଣ୍ଡନର କାହାଣୀକୁ ନେଇ ଏହା ପ୍ରସ୍ତୁତ ହୋଇଛି। ଏହାସହ ରିଲିଜ ହେବାକୁ ଥିବା ଏକମାତ୍ର ହିନ୍ଦୀ ଡ୍ରାମା ଫିଲ୍ମ ‘ସଲ୍ଟ ବ୍ରିଜ୍‌’ର ନିର୍ଦ୍ଦେଶନା ସହ ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ଲେଖକ ଓ ନିର୍ଦ୍ଦେଶକ ଅଭିଜିତ ଦେଓନାଥ। ଫିଲ୍ମର ଲିଡ୍‌ରୋଲ୍‌ରେ ରାଜୀବ ଖଣ୍ଡେଲଓ୍ବାଲ ଓ ନ୍ୟୁଜଲାଣ୍ଡ ଅଭିନେତ୍ରୀ ଚେଲ୍‌ସି ପ୍ରିଷ୍ଟନ୍‌ଙ୍କ ସହ ଅନ୍ୟାନ୍ୟ ଭୂମିକାରେ ଉଷା ଯାଦବ, କୌଶିକ ଦାସ, ମୟୂର କାମ୍ବଲେ, ଅସୀମ ଦାସ ପ୍ରମୁଖ ରହିଛନ୍ତି। ଭାରତ ଛାଡ଼ି ଅଷ୍ଟ୍ରେଲିଆର ଏକ ଛୋଟ ସହର ସଲ୍ଟ ବ୍ରିଜ୍‌ରେ ଯାଇ ରହୁଥିବା ଜଣେ ଯୁବକ କିଭଳି ସେଠାକାର ଜଣେ ଯୁବତୀଙ୍କ ପ୍ରେମରେ ପଡ଼ୁଛି ଓ ଆଗକୁ ତାଙ୍କ ପ୍ରେମକାହାଣୀ କିଭଳି ଏକ ଭିନ୍ନମୋଡ଼ ନେଉଛି, ତାହାକୁ ନେଇ ଫିଲ୍ମ ଗତିଶୀଳ ହୋଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More