Only for Entertainment

ଏହି ବ୍ୟକ୍ତି ଜଣକ ଚେନ୍ନାଇରୁ ଜର୍ମାନୀ କଲେ ଯାତ୍ରା, ସେ ବି ସାଇକେଲ ରେ.. !

19

ନରେଶ କୁମାର ୩୫ବର୍ଷ ବୟସର ଅଟନ୍ତି । ସେ ଜଣେ ଆଥଲେଟ । ସାଇକେଲ ଚଳାଇବା ତାଙ୍କୁ ଖୁବ ପସନ୍ଦ ଏବଂ ଏହା ତାଙ୍କ ଜୀବନର ଲକ୍ଷ୍ୟ ଅଟେ । ନରେଶ ଏକ ମିଶନ ପାଇଁ ବାହାରିଛନ୍ତି , ‘ଯାହାକୁ ସେ ଫ୍ରିଡମ ସିଟ’ନାଁ ରଖାଯାଇଛି । ୨୭ଫେବୃୟାରୀ ସକାଳେ ସେ ସାଇକେଲ ନେଇ ଯାତ୍ରା ଆରମ୍ଭ କରିଥିଲେ । ନରେଶ ଚେନ୍ନାଇର ମାମଲ୍ଲପୁରମରୁ ଜର୍ମାନୀର ହେମବର୍ଗ ଯାଉଛନ୍ତି, ସେ ବି ସାଇକେଲରେ ।

ନରେଶ ଏହି ଯାତ୍ରା ଜରିଆରେ ଦୁନିଆରେ ମାନବ ଚାଲାଣ ଏବଂ ଶିଶୁ ନିର୍ଯ୍ୟାତନା ପ୍ରତି ଜାଗରୁକତା ହେଉଛି ତାଙ୍କର ପ୍ରଥମ ଲକ୍ଷ୍ୟ ଏବଂ ଏଥିରେ ପୀଡିତ ଥିବା କିଛି ଲୋକଙ୍କ ପାଇଁ ଟଙ୍କା ଦାନ କରିବା ମଧ୍ୟ । ତାଙ୍କର ଏଭଳି ମହାନ ଉଦ୍ଦେଶ୍ୟ ଏବଂ ସାହସ ପାଇଁ ସମସ୍ତେ ତାଙ୍କୁ ସଲାମ କରୁଛନ୍ତି ।

ପ୍ରଥମ ଥର ନୁହେଁ ୨୦୧୭ରେ ନରେଶ ନ୍ୟୁଜଲାଣ୍ଡ ଯାତ୍ରା କରିଥିଲେ । କିନ୍ତୁ ଏଭଳି ପ୍ରଥମ ଥର ହୋଇଛି ସେ ମହାଦ୍ୱୀପ ପାର କରିବେ । ‘ଦ ହିନ୍ଦୁ’ ରିପୋର୍ଟ ମୁତାବକ ନରେଶ ନିଜ ଯାତ୍ରା ଜରିଆରେ ଅଜଣା ବ୍ୟକ୍ତିଙ୍କ ସହ ଦେଖା କରିବେ ଏବଂ ତାଙ୍କୁ କାହାଣୀ ଶୁଣାଇବେ । ଏଠାରେ ଆମେ କହି ରଖୁଛୁ ଯେ ଏହି ମିଶନକୁ ଡ, ଏମଜିଆର ଏଜୁକେସନାଲ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରୁ ସମର୍ଥନ ମିଳୁଛି । ନରେଶ ଏହି ଯାତ୍ରା ଜରିଆରେ ୯୦ଦିନରେ ୮୫୦୦କିଲୋମିଟର ସାଇକେଲ ଚଳାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More