Only for Entertainment

ଜସପ୍ରିତ ବୁମରାହଙ୍କ ରହସ୍ୟମୟୀ ବଲକୁ ଦେଖି ଭୟରେ ୱିକେଟ ଛାଡିଲେ ଏହି ଖେଳାଳୀ, ଭିଡିଓ ଭାଇରାଲ !

0 118

ଟିମ ଭାରତ ଇଂଲଣ୍ଡ ଟୁର ଯାଇଛନ୍ତି । ଯେଉଁଠି ସେ ଟି୨୦ ମ୍ୟାଚ ସିରିଜ ଜିତି ଏବଂ ୱାନଡେ ମ୍ୟାଚ ହାରିବା ପରେ ଏବେ ଟେଷ୍ଟରେ ବେଷ୍ଟ କରିବା ପାଇଁ ପ୍ରୟାସରେ ଲାଗି ପଡିଛନ୍ତି । ହିସାବ ବରାବର କରିବା ପାଇଁ ବିରାଟ କୋହଲି ଏଣ୍ଡ କମ୍ପାନୀ ସାଉଥେମ୍ପେଟନ ରେ ଚତୁର୍ଥ ଟେଷ୍ଟ ଖେଳୁଛନ୍ତି । ପ୍ରଥମ ଦିନରେ ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ପ୍ରଥମ ଦିନରେ ଇଣ୍ଡିଆ ଇଂଲଣ୍ଡକୁ ୨୪୬ରନରେ ଆଉଟ କରିଦେଇଥିଲା । ଯେଉଁଥିରେ ହିରୋ ସାବ୍ୟସ୍ତ ହୋଇଥିଲେ ଜସପ୍ରିତ ବୁମରାହ । ଯିଏ ୩ଟି ପ୍ଲେୟାର ଙ୍କୁ ଆଉଟ କରିଥିଲେ । କିନ୍ତୁ ତାଙ୍କର ସବୁଠାରୁ ଖାସ ୱିକେଟ ଥିଲା କିଟାନ ଜେନିଙ୍ଗ୍ସ ଯିଏ କି ବୁମରାହଙ୍କ ବୋଲିଂରେ ୱିକେଟ ଛାଡି ଫେଲ ମାରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ଅସଲରେ ସେ ଗୁମରାହଙ୍କ ବୋଲିଂଙ୍କୁ ବୁଝି ନ ପାରି ଭୟରେ ୱିକେଟ ହରାଇଥିଲେ । ପ୍ରଥମ ଓଭର ଏଲିଷ୍ଟର ଖେଳିଥିଲେ ଏହାପରେ ବୁମରାହ ଆସିଥିଲେ । ଜେନିଙ୍ଗ୍ସ ସେହି ସମୟରେ ସାମ୍ନାରେ ଥିଲେ । ବୁମରାହ ଏଭଳି ସ୍ୱିଙ୍ଗରେ ବୋଲିଂ କରିଥିଲେ ଯାହାକୁ ଦେଖି ଜେନିଙ୍ଗ୍ସ ବୁଝି ପାରିନଥିଲେ ଏବଂ ଆଉଟ ହୋଇଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More