Only for Entertainment

ଜାଣନ୍ତୁ ଓଲିଉଡର ଡିଭୋର୍ସ ହୋଇଥିବା ୫ ଜଣ ତାରକାଙ୍କ ବିଷୟରେ ।

pragativadi
0 116

ବିବାହ ହେବା ଏବଂ ଏହାପରେ ବିଛେଦ ହେବା ସିନେମା ଇଣ୍ଡଷ୍ଟ୍ରି ପାଇଁ କିଛି ନୂଆ କଥା ନୁହେଁ । କେବେ କେବେ ଏକାଧିକ ବିବାହ କରିବା କଥା ମଧ୍ୟ ଖୁବ ସାଧାରଣ । ବଲିଉଡ ସିନେମା ଇଣ୍ଡଷ୍ଟ୍ରିର ପତ୍ୟେକଙ୍କ ଜୀବନତ ଏକ ଖୋଲା ବହି ଭଳି । କିନ୍ତୁ କେବେ କେବେ ଓଲିଉଡ ଇଣ୍ଡଷ୍ଟ୍ରି ବିଷୟରେ ଜାଣିବା ପାଇଁ ଆପଣଙ୍କର ମଧ୍ୟ ନିଶ୍ଚୟ ଇଛା ଥିବ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଅଜଣା କଥା ।

ବହୁ ଚର୍ଚ୍ଚିତ ଅଭିନେତ୍ରୀ ଅନୁ ଚୌଧୁରୀ ଏକ ପ୍ରସିଦ୍ଧ ନାୟିକା ଭାବରେ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ବହୁ ବିବାଦ ପରେ ଅନୁ ଚୌଧୁରୀ ସନ୍ଦିପ ମିଶ୍ରଙ୍କ ଠାରୁ ୨୦୧୧ରେ ଛାଡ଼ପତ୍ର ନେଇଥିଲେ ।

ଅଭିନେତା ଚନ୍ଦନ କର ମଧ୍ୟ ଏଥିରୁ ବାଦ ପଡ଼ି ନାହାଁନ୍ତି । ଏକ ମିଡିଆ ରିପୋର୍ଟ ଅନୁସାରେ ଚନ୍ଦନ ଏବଂ ପତ୍ନୀ ଶ୍ରୀଦେବୀଙ୍କ ଛାଡ଼ପତ୍ର ୧୯୯୮ରେ ହୋଇଥିଲା ।

୯୦ ଦଶକର ପ୍ରସିଦ୍ଧ ଅଭିନେତା ଶ୍ରୀରାମ ପଣ୍ଡାଙ୍କ କଥା ସମସ୍ତେ ଜାଣନ୍ତି । ନିଜର ନିଖୁଣ ଅଭିନୟରେ ସେ ଓଲିଉଡରେ ଏକ ସୁନ୍ଦର ସ୍ଥାନ ତିଆରି କରି ପାରିଥିଲେ । କିନ୍ତୁ ପରେ ସେ ସବୁଦିନ ପାଇଁ ଏହି ଇଣ୍ଡଷ୍ଟ୍ରିରୁ ବିଦାୟ ନେଇଥିଲେ । ୨୦୦୦ରେ ଶ୍ରୀରାମ ଏବଂ ପତ୍ନୀ ତ୍ରିପୁରଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା ।

ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀଙ୍କ ଭଳି ହିଟ ଯୋଡ଼ି ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ କହିଲେ ଭୁଲ ହେବ ନାହିଁ । ଏକ ମିଡିଆ ରିପୋର୍ଟ ଅନୁସାରେ ସିଦ୍ଧାନ୍ତ ଏବଂ ରଚନା ମଧ୍ୟ କୋର୍ଟରେ ବିବାହ କରିଥଲେ,କିନ୍ତୁ ପରେ ଦୁଇଜଣଙ୍କର ଡିଭୋର୍ସ ହୋଇଥିଲା । ଯଦିଓ କଥାଟି ସମସ୍ତେ ଶୁଣିଛନ୍ତି,କିନ୍ତୁ ସତ୍ୟ କ’ଣ କେହି ମଧ୍ୟ ଜାଣି ନାହାଁନ୍ତି ।
ଅଭିନେତା ସବ୍ୟସାଚ୍ଚୀ ମିଶ୍ର ଏବଂ ପତ୍ନୀ ସୀମାଙ୍କ ମଧ୍ୟରେ ୨୦୦୪ରେ ଡିଭୋର୍ସ ହୋ

sabya

ଅଭିନେତା ସବ୍ୟସାଚ୍ଚୀ ମିଶ୍ର ଏବଂ ପତ୍ନୀ ସୀମାଙ୍କ ମଧ୍ୟରେ ୨୦୦୪ରେ ଡିଭୋର୍ସ ହୋଇଥିଲା । ତେବେ ସବ୍ୟସାଚୀ ଏବେ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ଡେଟ କରୁଛନ୍ତି । କିନ୍ତୁ ଦୁଇଜଣ କେବେ ମଧ୍ୟ ଏହି କଥାକୁ ସ୍ୱୀକାର କରନ୍ତି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More